ଓଡ଼ିଶାଲାଇଭ ବ୍ୟୁରୋ

ଦଶହରା ଶେଷ ହେବା ସହ ବର୍ତ୍ତମାନ ଭସାଣ ଉତ୍ସବର ପ୍ରସ୍ତୁତି କରିଛି କମିସନରେଟ ପୋଲିସ। ବିସର୍ଜନ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ। ଏହାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଭସାଣ ଉତ୍ସବରେ କଟକରେ ୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସକାଳ ୧୧ଟା ୩୦ରୁ ଦିନ ୧୨ ଭିତରେ ଟ୍ରାଫିକ ନିୟମ ଲାଗୁ କରାଯିବ ବୋଲି କଟକ ଡିସିପି ଅଖିଳେଶ୍ଵର ସିଂହ ସୂଚନା ଦେଇଛନ୍ତି।

କଲେଜ ଛକ, ଗୌରୀଶଙ୍କର ପାର୍କ, ଜୋନଲିପଟ୍ଟୀ, ପୁରୀଘାଟ ଓ ଦେବୀଗଡ଼ା ପାଖରେ ପୋଲିସ ଫୋର୍ସ ମୁତୟନ କରାଯିବ। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଏକ ୧୬ଟି ଦଳ ମୁତୟନ କରାଯିବ। ଏହା ବ୍ୟତୀତ ମୁଖ୍ୟ ସ୍ଥାନଗୁଡ଼ିକରେ ୪୩ଟି ପୋଲିସ ସହାୟତା କେନ୍ଦ୍ର ଖୋଲାଯିବ।

ଯେଉଁଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଠାରେ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି। ଏହାସହ ଜରୁରୀକାଳିନ ପରିସ୍ଥିତିକୁ ମୁକାବିଲା କରିବାକୁ ରାପିଡ୍‌ ଆକ୍ସନ ଫୋର୍ସର ଦୁଇଟି କମ୍ପାନି ମୁତୟନ କରାଯିବ।

ଚୋର ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ସିଭିଲ୍‌ ଡ୍ରେସରେ ଏକ ଟିମ୍‌ ଗଠନ କରାଯାଇଛି। ସେମାନେ ଭିଡ଼ ଭିତରେ ଏମାନଙ୍କ ଉପରେ ନଜର ରଖିବେ।

Comment