ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର କୌଣସି ମସଜିଦରେ ସମୂହ ନମାଜ ପାଠ ହୋଇପାରିବ ନାହିଁ। କରୋନା ପାଇଁ ସହରରେ ଏଭଳି କଟକଣା ଜାରି କରିଛନ୍ତି ପୋଲିସ୍ ଡିସିପି ଅଖିଳେଶ୍ୱର ସିଂହ।

ପୋଲିସ୍ ଡିସିପି କହିଛନ୍ତି ଯେ, କଟକର ପ୍ରତି ମସଜିଦ୍ ଆଗରେ ପୋଲିସ୍ ଫୋର୍ସ ମୂତୟନ ହେବେ। ଇଦ୍ ପାଳନ ଅବସରେ କରୋନା ନିୟମାବଳୀର ଯେଭଳି ଉଲ୍ଲଘଂନ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ନିୟମ ଉଲ୍ଲଘଂନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ ଡିସିପି ସୂଚନା ଦେଇଛନ୍ତି।

ଆଜିଠାରୁ ଇସଲାମ୍ ସଂପ୍ରଦାୟରର ଇଦ୍ ପର୍ବ ଆରମ୍ଭ ହେଉଛି। ଏହି ପର୍ବରେ ଗୋଟିଏ ମାସ ଧରି ମୁସଲିମ୍ ଧର୍ମର ଲୋକମାନେ ମସଜିଦରେ ନମାଜ ପାଠ କରିଥାନ୍ତି। ତେଣୁ କରୋନା ଭାଇରସ୍ ମହାସଙ୍କଟ ମଧ୍ୟରେ ସମୂହ ନମାଜ ପାଠ ହୋଇପାରିବ ନାହିଁ ବୋଲି କଟକ ପୋଲିସ୍ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।

Comment