ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ ରାବଣ ପୋଡ଼ି ବେଳେ କେଉଁ ପଟେ ଯାତାୟାତ କରିବେ।

ଭୁବନେଶ୍ୱରରେ ରାବଣ ପୋଡ଼ି ପାଇଁ ବିଭିନ୍ନ ରାସ୍ତାର ଗତିପଥକୁ ବଦଳାଇଛି କମିସନରେଟ୍ ପୋଲିସ୍। ମଙ୍ଗଳବାର ଭସାଣ ଦିନ ଅପରାହଣ୍ ୪ଟାରୁ ରାତି ୧ଟା ପର୍ଯ୍ୟନ୍ତ ଏହି ନୂଆ ରୁଟ୍‌ରେ ଯାତ୍ରୀମାନେ ଯିବା ଆସିବା କରିପାରିବେ।

ନୂଆ ରୁଟ୍ ଅନୁସାରେ, କଟକରୁ ଭୁବନେଶ୍ୱର ଆସୁଥିବା ସମସ୍ତ ଗାଡ଼ି ଜୟଦେବ ବିହାରରୁ ସିଆରପି ଛକକୁ ସିଧାସଳଖ ଯାଇପାରିବ ନାହିଁ। ସମସ୍ତ ଗାଡ଼ି ଜୟଦେବ ବିହାରରୁ ବେହେରା ସାହି ଛକ, ୟୁନିଟ୍-୮ ଡିଏଭି ସ୍କୁଲ ଓ ଷ୍ଟୁଆର୍ଟ ସ୍କୁଲ ଦେଇ ସିଆରପିକୁ ଯାଇପାରିବେ।

ସେହିପରି ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ସମସ୍ତ ଯାନବାହନ ଖୋଳଥିଆ ଛକରୁ ଚନ୍ଦକା, ଜୟଦେବ ବାଟିକା, ଭରତପୁର ଦେଇ ଯିବାଆସିବା କରିବେ।

ଅନ୍ୟପଟେ ରେଳଷ୍ଟେସନ ଓ ବିମାନବନ୍ଦରକୁ ଯିବା ପାଇଁ ଲୋକମାନେ ନିୟମକୁ ଦୃଷ୍ଟିରେ ରଖି ନିଜର ସୁବିଧା ଅନୁସାରେ ଯିବାଆସିବା କରିବେ।

ରାବଣ ପୋଡ଼ିରେ ପ୍ରବଳ ଭିଡ଼କୁ ଲକ୍ଷ୍ୟରେ ରଖି ଏଭଳି ନିଷ୍ପତ୍ତି ନେଇଛି କମିସନରେଟ୍ ପୋଲିସ୍। ଯଦି କୌଣସି ଗାଡ଼ି ଏହି ନିୟମ ଉଲଘଂନ କଲା, ତେବେ ତାର ଚାଳକଙ୍କୁ ୧୦୦ରୁ ୫୦୦ଟଙ୍କା  ମଧ୍ୟରେ ଫାଇନ୍ କଟାଯିବ ବୋଲି ସୂଚନା ଦିଆଯାଇଛି।

Comment