ଓଡ଼ିଶାଲାଇଭ ବ୍ୟୁରୋ

ଟ୍ରଲର ବୁଡ଼ିବା ଯୋଗୁଁ ୩ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପାରଦୀପ ସହରର ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ। ଘଟଣାସ୍ଥଳରେ ଅନ୍ୟ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିବାର ପ୍ରୟାସ ଜାରି ରଖିଛନ୍ତି।

ଏକ ଟ୍ରଲରରେ ୫ ଜଣ ମତ୍ସଜୀବୀ ମାଛ ଧରି ଫେରୁଥିବା ବେଳେ ହଠାତ୍‌ ଟ୍ରଲରଟି ବୁଡ଼ିଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ରହିଛନ୍ତି।

Comment