ଓଡ଼ିଶାଲାଇଭ ବ୍ୟୁରୋ

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ତେନ୍ତୁଳିଡିହ ଗାଁରେ। ମହିଳା ଦ୍ଵୟ ହେଲେ ବିଦ୍ୟୁତଲତା ମହାପାତ୍ର ଓ ମମତା ମହାପାତ୍ର।

ବିଦ୍ୟୁତଲତାଙ୍କ ଘର ଗ୍ରିଲରେ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ସେ ଯାଇ ଗ୍ରିଲକୁ ଧରିବାରୁ ତାଙ୍କୁ ପ୍ରଥମେ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ପରେ ତାଙ୍କୁ ବଞ୍ଚାଇବାକୁ ଯାଇ ପଡ଼ୋଶୀ ମମତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା।

ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଘରେ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ୍‌ ଆଘାତ ଲାଗିଥିବା ଜଣାପଡ଼ିଛି।

Comment