ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ପାର୍ବଣର ୠତୁ। ମାଡ଼ ହେଉଛି ଅଫର ପରେ ଅଫର। ଏହାର ଫାଇଦା ଉଠାଉଛନ୍ତି ଗ୍ରାହକ। ଏହାକୁ ନଜରରେ ରଖି ଆମାଜନ୍‌ ପୁଣି ଏକ ବଡ଼ ଅଫର ଆଣିବାକୁ ଯାଉଛି। କମର୍ସ ଓ୍ୱେବ୍‌ସାଇଟ୍‌ ଗ୍ରାହକଙ୍କ ପାଇଁ ଧମାକେଦାର ଅଫର ଆଣୁଛି। ସପିଂ ସାଇଟ୍‌ ଆମାଜନ୍‌ ପୁଣି ଗ୍ରାହକଙ୍କ ପାଇଁ ଆଣୁଛି ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ ସେଲ୍‌।

ଏହି ସେଲ୍‌ ୧୩ ଅକ୍ଟୋବରରୁ ୧୭ ଅକ୍ଟୋବର ଯାଏଁ ଚାଲିବ। ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ ସେଲ୍‌ରେ ଆପଣଙ୍କୁ ୯୦ ପ୍ରତିଶତର ରିହାତି ମିଳିବ। ଏହାସହ ୧୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଅଫର ମଧ୍ୟ ମିଳିବ।

ଆମାଜନ୍‌ ଓ୍ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆପଣଙ୍କୁ ସ୍ମାଟର୍ଫୋନ୍‌ରେ ମିଳିବ ୪୦ ପ୍ରତିଶତର ରିହାତି ମିଳିବ।

୬୯୯ ଟଙ୍କାର ଶାଢ଼ି ଆପଣଙ୍କୁ  ୩୯୯ ଟଙ୍କାରେ ମିଳିବ। ୭୯୯ ଟଙ୍କାର ଜୋତା ୪୯୯ ଟଙ୍କାରେ ମିଳିବ। ସେହିଭଳି ଟିଭି ଏବଂ ଫ୍ରିଜ୍‌ ଭଳି ଇଲେକ୍ଟ୍ରୋନିକ୍ ଆଇଟମ୍‌ରେ ୬୦ ପ୍ରତିଶତ ଯାଏଁ ରିହାତି ମିଳିବ।୧୨ ଅକ୍ଟୋବର ଦ୍ୱିପହର ୧୨ଟାରୁ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆ ଫେଷ୍ଟିଭାଲ ସେଲ୍‌ ଆରମ୍ଭ ହେବ।

Comment