ଓଡ଼ିଶାଲାଇଭ୍‌ ବ୍ୟୁରୋ

OnePlus 7T pro

ଆସନ୍ତା ଅକ୍ଟୋବର ୧୦ରେ ଲଣ୍ଡନରେ ଲଞ୍ଚ ହେବ ‘ୱାନ୍‌ପ୍ଲସ ୭ଟି ପ୍ରୋ’ ସ୍ମାର୍ଟଫୋନ। ହେଲେ ଏନେଇ ଇ-କମର୍ସ ସାଇଟ୍‌ ଆମାଜନ୍‌ ଇଣ୍ଡିଆରେ ଏକ ଟିଜର ଲଞ୍ଚ ହୋଇଛି। ଅନ୍ୟପକ୍ଷରେ ୱାନ୍‌ପ୍ଲସ ଇଣ୍ଡିଆ ମଧ୍ୟ ଏନେଇ ଟୁଇଟ୍‌ କରିଛି। ଏହାକୁ ଦୃଷ୍ଟିରେ ରଖିଲେ, ଅକ୍ଟୋବର ୧୦ରେ ଭାରତରେ ମଧ୍ୟ ‘ୱାନ୍‌ପ୍ଲସ ୭ଟି ପ୍ରୋ’ ସ୍ମାର୍ଟଫୋନ ଲଞ୍ଚ ହେବା ଅନୁମାନ କରାଯାଉଛି।

ଆମଜନ ଇଣ୍ଡିଆ ପକ୍ଷରୁ ଏହାର ୱେବସାଇଟ୍‌ରେ ‘ୱାନ୍‌ପ୍ଲସ ୭ଟି ପ୍ରୋ’ ସ୍ମାର୍ଟଫୋନର ଏକ ଡେଡିକେଟେଡ୍‌ ପେଜ୍‌ ଜାରି କରାଯାଇଛି। ଯେଉଁଥିରେ ଅକ୍ଟୋବର ୧୦ରେ ଲଣ୍ଡନରେ ଏହା ରିଲିଜ ହେବ ବୋଲି ଲେଖାଯାଇଛି। ଏହାର ଅଧିକ ନୋଟିଫିକେସନ ପାଇଁ ‘ନୋଟିଫାୟ ମି’ ବଟନ ଜାରି କରିଛି।

Oneplus 7t pro

ସୂଚନଯୋଗ୍ୟ, ଏହା ପୂର୍ବରୁ ଭାରତରେ ‘ୱାନ୍‌ପ୍ଲସ ୭ଟି’ ସ୍ମାର୍ଟଫୋନ ଲଞ୍ଚ ହୋଇସାରିଛି। ସେହିପରି ‘ୱାନ୍‌ପ୍ଲସ ୭ଟି ପ୍ରୋ’ ହେଉଛି ‘ୱାନ୍‌ପ୍ଲସ ୭ ପ୍ରୋ’ର ଅପଗ୍ରେଡେଡ୍‌ ଭର୍ସନ। ତେବେ ‘ୱାନ୍‌ପ୍ଲସ ୭ଟି ପ୍ରୋ’ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରାଯିବ କି ନାହିଁ ସେନେଇ ୱାନ୍‌ପ୍ଲସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

‘ୱାନ୍‌ପ୍ଲସ ୭ଟି ପ୍ରୋ’ର ଲୁକ୍ ଦେଖିବାକୁ ଗଲେ ଏହା ଅବିକଳ ‘ୱାନ୍‌ପ୍ଲସ ୭ ପ୍ରୋ’ ସ୍ମାର୍ଟଫୋନ ଭଳି। ରିପୋର୍ଟ ମୂତାବିକ, ଏହି ସ୍ମାର୍ଟଫୋନ୍ରେ ୬.୬୫ ଇଞ୍ଚର ଏଚ୍‌ଡି  ପ୍ଲସ ଡିସପ୍ଲେ ଦିଆଯାଇପାରେ। ଏହା ବ୍ୟତୀତ ସ୍ମାର୍ଟଫୋନରେ କ୍ୱାଲକମର ଲାଟେଷ୍ଟ ପ୍ରୋସେସର ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯିବ। ଅନ୍ୟପକ୍ଷରେ ୮ଜିବି ରାମ୍ ଓ ୨୫୬ ଜିବି ରୋମ୍ ସହିତ ଏହା ଲଞ୍ଚ ହେବା ନେଇ ଶୁଣିବାକୁ ମିଳିଛି। ଏହି ସ୍ମାର୍ଟଫୋନରେ ୪,୦୮୫ ଏମ୍ଏଏଚ୍‌ ବ୍ୟାଟେରୀ ମିଳିପାରେ।

Comment