ଓଡ଼ିଶାଲାଇଭ୍ ବ୍ୟୁରୋ

ଆମାଜନ୍ ଜରିଆରେ କିପରି ଟ୍ରେନ୍ ଟିକେଟ୍ ବୁକ୍ କରିବେ ଏବଂ ଏଥିପାଇଁ କେଉଁ ସବୁ ଅଫର୍ ରହିଛି ଜାଣନ୍ତୁ।

ଏଣିକି ଆମାଜନ୍ ଇଣ୍ଡିଆ ଜରିଆରେ ଟ୍ରେନ୍ ଟିକେଟ୍ ବୁକ୍ କରିହେବ। ଏଥିପାଇଁ ଆମାଜନ୍ ଓ ଆଇଆର୍‌ସିଟିସି ମଧ୍ୟରେ ବୁଝାମଣା ହୋଇଛି। ଆମାଜନ୍ ନିଜ ଓ୍ଵେବ୍‌ସାଇଟ୍‌ରେ ଟିକେଟ୍ ବୁକିଂ କରିବା ସହ ଯାତ୍ରୀମାନଙ୍କୁ ଆହୁରି ଅନେକ ସୁବିଧା ପ୍ରଦାନ କରିବ। ତେବେ ଆମାଜନ୍‌ରେ କେମିତି ଟିକେଟ୍ ବୁକ୍ କରିବେ ଏବଂ ଆପଣଙ୍କୁ କେଉଁ ସବୁ ସୁବିଧା ମିଳିବ ଜାଣନ୍ତୁ।

ମିଳିବ କ୍ୟାସ୍‌ବ୍ୟାକ୍ ଅଫର୍

ଆମାଜନ୍‌ ଓ୍ଵେବ୍‌ସାଇଟ୍‌ରେ ପ୍ରଥମ ଟିକେଟ୍ ବୁକିଂ ଉପରେ ୧୦ ପ୍ରତିଶତ କ୍ୟାସ୍‌ବ୍ୟାକ୍ ମିଳିବ। ଏହି କ୍ୟାସ୍‌ବ୍ୟାକ୍ ୧୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ସେହିପରି ଆମାଜନ୍ ପ୍ରାଇମ୍ ମେମ୍ବରମାନଙ୍କୁ ୧୨ ପ୍ରତିଶତ କ୍ୟାସ୍‌ବ୍ୟାକ୍ ମିଳିବ। ତେବେ କ୍ୟାସ୍‌ବ୍ୟାକ୍ ଅଫର ସୀମିତ ଅବଧି ପର୍ଯ୍ୟନ୍ତ ଉପଲବ୍ଧ। ଆମାଜନ୍‌ର ଏହି ନୂଆ ଫିଚରରେ କମ୍ପାନି ସର୍ଭିସ୍ ଓ ପେମେଣ୍ଟ ଗେଟ୍‌ଓ୍ଵେ ଟ୍ରାଜାଙ୍କସନ୍ ଚାର୍ଜ ନେଉନାହିଁ। ଆମାଜନ୍‌ର ଟ୍ରେନ୍ ଟିକେଟ୍ ବୁକିଂ ଫିଚର ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।ଥରକରେ କେତେ ଟିକେଟ୍ ବୁକ୍ କରିପାରିବେ?

ଆମାଜନ୍ ପ୍ଲାଟ୍‌ଫର୍ମରେ ଆପଣ ଥରକରେ ୬ ଜଣ ଲୋକଙ୍କ ପାଇଁ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ। ତତ୍କାଳ ଟିକେଟ୍ ବୁକିଂ ପାଇଁ ଥରକରେ ୪ ଜଣ ଲୋକଙ୍କ ପାଇଁ ଟିକେଟ୍ ବୁକ୍ କରିହେବ। ତେବେ ଏହି ଟିକେଟ୍‌କୁ ଯାତ୍ରାର ୧୨୦ ଦିନ ପୂର୍ବରୁ ଅଗ୍ରୀମ ଭାବେ ବୁକ୍ କରାଯାଇପାରିବ।

ଉଲ୍ଲେଖଯୋଗ୍ୟ ଯେ, ଦେଢ଼ ବର୍ଷ ପୂର୍ବରୁ ଆମାଜନ ନିଜ ପ୍ଲାଟ୍‌ଫର୍ମ ଜରିଆରେ ଫ୍ଲାଇଟ୍ ଟିକେଟ୍ ବୁକିଂ ସୁବିଧା ଆରମ୍ଭ କରିଛି। ସେହିପରି ୨୦୧୯ରେ ବସ୍ ଟିକେଟ୍ ବୁକିଂ ଫିଚର ଆଡ୍ କରିଛି।କେମିତି ଟିକେଟ୍ ବୁକ୍ କରିବେ?

ଆମାଜନ୍‌ ପେ’ରେ ଏକ ଟ୍ରାଭେଲ କାଟାଗୋରୀ ଯୋଡ଼ା ଯାଇଛି। ଏହି କାଟାଗୋରୀରେ ଗ୍ରାହକମାନେ ଫ୍ଲାଇଟ୍, ବସ୍ ଓ ଟ୍ରେନ୍ ଟିକେଟ୍ ବୁକିଂ କରିପାରିବେ। ଏହି ଆପ୍ ବ୍ୟବହାରକାରୀମାନେ ସହଜରେ ଟ୍ରେନ୍‌ର ରୁଟ୍, ଯାତ୍ରା ତାରିଖ ଆଦି ଚୟନ କରିପାରିବେ। ଏଥିସହ ସେମାନେ ନିଜ ନିର୍ଦ୍ଧାରିତ ତାରିଖରେ ଉପଲବ୍ଧ ସମସ୍ତ ଟ୍ରେନ୍‌ ତାଲିକା ପାଇପାରିବେ।

ଏଥିରେ ଟିକେଟ ବୁକିଂ କରିବା ପରେ ଗ୍ରାହକଙ୍କୁ ଏହି ଆପ୍‌ ଜରିଆରେ ଇଏନ୍‌ଆର୍ ଷ୍ଟାଟସ୍ ଚେକିଂ, ଲାଇଭ୍ ଟ୍ରେନ୍ ଟ୍ରାକିଂ, ଟିକେଟ୍ ଡାଉନଲୋଡିଂ, କ୍ୟାନସେଲିଂ ସୁବିଧା ମଧ୍ୟ ମିଳିବ।

ସଙ୍ଗେସଙ୍ଗେ ମିଳିବ ରିଫଣ୍ଡ

ଆମାଜନ୍‌ ପେ’ରୁ ପେମେଣ୍ଟ କରି ଟିକେଟ୍ ବୁକ୍ କରିଥିବା ଗ୍ରାହକଙ୍କୁ ଟିକେଟ୍ କ୍ୟାନସେଲ୍ ବା ବୁକିଂ ଫେଲ୍ ହେବା ପରେ ସଙ୍ଗେସଙ୍ଗେ ରିଫଣ୍ଡ ମିଳିବ।କେମିତି ପେମେଣ୍ଟ କରିବେ?

ପେମେଣ୍ଟ ପାଇଁ ଆମାଜନ୍ ପେ’ ବାଲାନ୍ସ/ଆମାଜନ୍ ପେ’ ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ଅଥବା ଅନ୍ୟ ଡିଜିଟାଲ ପେମେଣ୍ଟ ମାଧ୍ୟମକୁ ବ୍ୟବହାର କରାଯାଇପାରିବ।

ଟିକେଟ୍ କିପରି ବାତିଲ କରିବେ?

ଆମାଜନ୍‌ରେ ବୁକ୍ କରାଯାଇଥିବା ଟ୍ରେନ୍ ଟିକେଟ୍ ବାତିଲ କରିବା ପାଇଁ ‘ୟୋର୍ ଅର୍ଡର୍ସ’ ସେକ୍ସନ୍‌କୁ ଯାଇ ଏହାକୁ ବାତିଲ କରାଯାଇପାରିବ। ବୁକ୍ ହୋଇ ସାରିଥିବା ଟ୍ରେନ୍ ଟିକେଟ୍ ମଧ୍ୟ ଏହି ସେକ୍ସନ୍‌ରେ ଉପଲବ୍ଧ ହେବ।

LEAVE A REPLY

Please enter your comment!
Please enter your name here