ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର କରୋନା ସମୟରେ ଅଧିକାଂଶ ଲୋକ ଷ୍ଟେସନ ଯାଇ ଟିକେଟ୍ ବୁକିଂ କରିବାକୁ ଇଚ୍ଛା କରୁନାହାନ୍ତି। ଅନଲାଇନ୍ ଜରିଆରେ ଘରେ ବସି ଟ୍ରେନ୍ ଟିକେଟ୍ ବୁକିଂ କରିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ଆଖି ଆଗରେ ରଖି ଆମାଜନ ମଧ୍ୟ ନିଜ ଆପରେ ଟ୍ରେନ୍ ଟିକେଟ୍ ବୁକିଂ କରିବାର ସୁବିଧା ଆରମ୍ଭ କରିଛି।

ଆମାଜନ ଆପ୍ ମାଧ୍ୟମରେ ଆପଣ ଅନେକ ସୁବିଧା ପାଇବା ସହ କମ ମୂଲ୍ୟରେ ଟ୍ରେନ୍ ଟିକେଟ୍ ମଧ୍ୟ କାଟିପାରିବେ। ଏଥିପାଇଁ ଆମାଜନ ପକ୍ଷରୁ ସ୍ପେଶାଲ୍ ଅଫର୍ ଆରମ୍ଭ କରାଯାଇଛି।

ଯଦି କୌଣସି ବ୍ୟକ୍ତି ଆମାଜନ ଆପ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଟ୍ରେନ୍ ଟିକେଟ୍ ବୁକ୍ କରେ ତେବେ ତାକୁ ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ। ଏଥିସହ ଆମାଜନ ପ୍ରାଇମ୍ ମେମ୍ବରମାନଙ୍କୁ ୧୨୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ ବୋଲି କୁହାଯାଇଛି। ଏହି ସୁବିଧା ସ୍ୱଳ୍ପ ସମୟ ପାଇଁ ଆମାଜନ ପକ୍ଷରୁ ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here