ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍‌। ଏହି ସେଲ୍‌ରେ ଦମ୍‌ଦାର୍ ଅଫର୍ ସାଙ୍ଗକୁ ଆକର୍ଷଣୀୟ ରିହାତି ମିଳୁଛି। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ସେଲ୍‌ରେ ଆପଣ ମାତ୍ର ୩,୨୩୨ ଟଙ୍କାରେ ୩୨ ଇଞ୍ଚ୍‌ର ସ୍ମାର୍ଟ ଟିଭି କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଅଫର୍ ବିଷୟରେ..

ଭାରତୀୟ ଟିଭି ବ୍ରାଣ୍ଡ ସିନ୍‌କୋ ଆମାଜନ୍‌ ସେଲ୍ ପାଇଁ ଏକ ଖାସ୍ ଅଫର୍ ଘୋଷଣା କରିଛି। ଏହି ଅଫର ଅନୁଯାୟୀ, ସିନ୍‌କୋର ୩୨ ଇଞ୍ଚ୍‌ର ସ୍ମାର୍ଟ ଟିଭି ମାତ୍ର ୩,୨୩୨ ଟଙ୍କାରେ ଉପଲବ୍ଧ ହେବ। ତେବେ ଏହି ଅଫର କେବଳ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ ପାଇଁ ଲାଗୁ ହେବ। ଏହି ଟିଭିର ମଡେଲ ନମ୍ବର ହେଉଛି SO328AS। ଅକ୍ଟୋବର ୧୮ ତାରିଖରୁ ଆମାଜନ୍‌ ସେଲ୍‌ରେ ଏହାର ବିକ୍ରି ଆରମ୍ଭ ହେବ। ତେବେ ଫ୍ଲାସ୍ ସେଲ୍‌ର ସମୟ ବିଷୟରେ କମ୍ପାନି ପକ୍ଷରୁ କିଛି କୁହାଯାଇନାହିଁ।ସିନ୍‌କୋର ଏହି ୩୨ ଇଞ୍ଚିଆ ସ୍ମାର୍ଟ ଟିଭିରେ ଆଣ୍ଡ୍ରଏଡ୍ ୮ ସପୋର୍ଟ ମିଳୁଛି। ଏଥିସହ A+ ଗ୍ରେଡ୍ ପ୍ୟାନେଲ, HRDP ଡିସ୍‌ପ୍ଲେ ଟେକ୍ନୋଲୋଜି, ୧ ଜିବି ରାମ୍ ଓ ୮ ଜିବିର ଷ୍ଟୋରେଜ୍ ରହିଛି। ଏହି ଟିଭିରେ ୨୦ ଓ୍ଵାଟ୍‌ର ସ୍ପିକର ଓ ବ୍ଲୁଟୁଥ୍ ବି ଦିଆଯାଉଛି। ଏଥିରେ ୩ HDMI ଓ ୨ USB ପୋର୍ଟ ସହିତ A-୫୩ କ୍ଵାଡକୋର ପ୍ରୋସେସର ମିଳୁଛି।

ଏହି ଟିଭିରେ UNIWALL-UI ସହିତ ମିଳିବ, ଯେଉଁଥିରେ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍, Zee5, Sony Liv, Voot, Sun NXT, Jio Cinema, Eros Now, Hungama Play, Alt Balaji, Movie Box, Bloomberg Quint, The Quint, HomeVeda, Epic On, Docubay ପରି ଓଟିଟି ପ୍ଲାଟ୍‌ଫର୍ମ ମଧ୍ୟ ଉପଲବ୍ଧ।ନୂଆ ଫିଚରକୁ ନେଇ ସିନ୍‌କୋ ଇଣ୍ଡିଆର ପ୍ରତିଷ୍ଠାତା ଅର୍ଜୁନ ବଜାଜ କହିଛନ୍ତି ଯେ, “ଗତ ବର୍ଷ ଆମେ ପ୍ରଥମ ବାର୍ଷିକୀ ଅବସରରେ ମାତ୍ର ୫,୫୫୫ ଟଙ୍କାରେ ୫୫ ଇଞ୍ଚ୍‌ର ସ୍ମାର୍ଟ ଟିଭିକୁ ଆମାଜନ୍ ସେଲ୍‌ରେ ଉପଲବ୍ଧ କରାଇଥିଲୁ। ଏବର୍ଷ ମଧ୍ୟ ଆମେ ସିନ୍‌କୋର ଦ୍ଵିତୀୟ ବାର୍ଷିକୀ ଅବସରରେ ୩୨ ଇଞ୍ଚ୍‌ର ଟିଭିକୁ ମାତ୍ର ୩,୨୩୨ ଟଙ୍କାରେ ଉପଲବ୍ଧ କରାଉଛୁ।”

ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍‌ରେ ସିନ୍‌କୋର ୪କେ ଓ ଫୁଲ୍ ଏଚ୍‌ଡି ଟିଭି ଉପରେ ମଧ୍ୟ ରିହାତି ମିଳୁଛି। ଏହି ସେଲ୍‌ରେ ସିନ୍‌କୋର ୪୩ ଇଞ୍ଚିଆ ଫୁଲ୍‌ ଏଚ୍‌ଡି ସ୍ମାର୍ଟ ଟିଭିକୁ ୧୫,୯୯୯ ଟଙ୍କାରେ କିଣିହେବ। ଏହି ଟିଭିର ପ୍ରକୃତ ବିକ୍ରି ମୂଲ୍ୟ ହେଉଛି ୩୧,୯୯୯ ଟଙ୍କା। ସେହିପରି ସିନ୍‌କୋର ୪୩ ଇଞ୍ଚିଆ ୪କେ ଟିଭିକୁ ୩୬,୯୯୯ ଟଙ୍କା ବଦଳରେ ୨୧,୯୯୯ ଟଙ୍କାରେ କିଣାଯାଇପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment