ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଅନଲାଇନ୍ ସପିଙ୍ଗ୍ ଆପ୍ ଆମାଜନରେ ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ’ ଅଫର ଚାଲୁଛି। ଯାହା ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ରବିବାର ଏହି ଗ୍ରେଟ ଇଣ୍ଡିଆନ୍ ଫେଷ୍ଟିଭାଲର ପ୍ରଥମ ଦିନ ଥିଲା। ଏହି ଦିନ ଆମାଜନ୍ କମ୍ପାନି ପାଇଁ ସବୁଠାରୁ ବଡ ‘ଓପନିଙ୍ଗ୍ ଡେ’ ଥିଲା ବୋଲି କମ୍ପାନି କହିଛି। କାରଣ ମାତ୍ର ୩୬ ଘଣ୍ଟା ମଧ୍ୟରେ କମ୍ପାନି ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ ବ୍ୟବସାୟ କରିଛି। ଆମାଜନ କମ୍ପାନି ବ୍ୟବସାୟ କରିଥିବା ଏହି ୭୫୦ କୋଟି ଟଙ୍କା କେବଳ ପ୍ରିମିୟମ୍ ସେଗମେଣ୍ଟରୁ ଆଦାୟ ହୋଇଥିବା କମ୍ପାନି କହିଛି।

ଆମାଜନ କମ୍ପାନିର ଇଣ୍ଡିଆ ହେଡ୍ ଅମିତ୍ ଅଗ୍ରୱାଲ କହିଛନ୍ତି, “ଏହି ଗ୍ରେଟ ଇଣ୍ଡିଆନ୍ ଫେଷ୍ଟିଭାଲର ପ୍ରଥମ ଦିନରେ କମ୍ପାନି ସବୁଠାରୁ ଭଲ ବ୍ୟବସାୟ କରିଥିଲା। ଏହିଦିନ ଆମାଜନ୍ ପ୍ରାଇମରେ ସବୁଠାରୁ ଅଧିକ ଲୋକ ସାଇନ ଅପ କରିଛନ୍ତି। ଯାହା କମ୍ପାନି ପାଇଁ ଖୁସିର କଥା।”

ଏହି ଫେଷ୍ଟିଭାଲ୍ ସିଜନରେ ଲୋକମାନେ ମୁଖ୍ୟତଃ ପୋଷାକ ଓ ସ୍ମାର୍ଟଫୋନ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା କଥା କମ୍ପାନି କହିଛି। ଏହାସହ କମ୍ପାନି ଆହୁରି ମଧ୍ୟ କହିଛି ଯେ, ଆମାଜନର ହିନ୍ଦୀ ଆପ୍ଲିକେସନ ବ୍ୟବହାର କରୁଥିବା ଲୋକ ହି ଫେଷ୍ଟିଭାଲ ସିଜିନରେ ଅଧିକ ଟଙ୍କାର ଜିନିଷ କିଣିଛନ୍ତି। ଗତ ବର୍ଷ ଆମାଜନ୍ ହିନ୍ଦୀ ଭାଷା ବ୍ୟବହାରକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା। ଯାହା କମ୍ପାନି ପାଇଁ ଏହି ସଫଳତା ଆଣିପାରିଛି।

ଗତକାଲି ପ୍ରଥମ ଦିନରେ ମୁଖ୍ୟତଃ ୱାନ୍ ପ୍ଲସ, ସାମସଙ୍ଗ୍ ଓ ଆପଲ୍ କମ୍ପାନିର ସ୍ମାର୍ଟଫୋନ ଅଧିକ ପରିମାଣରେ ବିକ୍ରି ହୋଇଛି ବୋଲି କମ୍ପାନି କହିଛି। ସ୍ମାର୍ଟଫୋନରେ ୭୫୦ କୋଟି ବ୍ୟବସାୟ କରିବା ସହ ଅନ୍ୟ ସମସ୍ତ ବିଭାଗରେ ମଧ୍ୟ କମ୍ପାନି ଭଲ ବ୍ୟବସାୟ କରିଛି ବୋଲି କୁହାଯାଇଛି।

Comment