ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆମାଜନ ପ୍ରାଇମର ବହୁ ପ୍ରତୀକ୍ଷିତ ଓ୍ୱେବ ସିରିଜ ‘ତାଣ୍ଡବ’ ଜାନୁଆରି ୧୫ରେ ରିଲିଜ ହେବାକୁ ଯାଉଛି। ଏହି ସିରିଜରେ ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ ଷ୍ଟାରଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ପଲିଟିକାଲ ଡ୍ରାମାକୁ ନେଇ ଏହି ସିରିଜ କରିଛନ୍ତି ନିର୍ଦ୍ଦେଶକ ଅଲି ଅବାସ ଜଫର। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ।

ଟ୍ରେଲରରେ ଦେଖିବାକୁ ମିଳିଛି, ସୈଫଙ୍କ ଧମାକାଦାର ଏଣ୍ଟ୍ରି ସିରିଜର କ୍ଲାଇମାକ୍ସକୁ ବଦଳେଇ ଦେଇଛି। ସୈଫଙ୍କ ବ୍ୟତୀତ ଫିଲ୍ମରେ ଡିମ୍ପଲ କପାଡ଼ିୟା, ତିଗ୍ମାଂଶୁ ଧୁଲିୟା, ସୁନିଲ ଗ୍ରୋଭରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ଜିଶାନ ଅୟୁବ ଖାନ, କୁମୁଦ ମିଶ୍ରା, ଗୌହର ଖାନ, ଅନୁପ ସୋନି, ସାରା ଜେନ, ଡିନୋ ମୋରିୟା ଏବଂ ପରେଶ ପହୁଜାଙ୍କୁ ମଧ୍ୟ ସ୍କ୍ରିନରେ ଦେଖିବାକୁ ମିଳିବ।

ରାଜନୀତିର ଛକାପଞ୍ଝାରେ କିଏ ବାଜି ମାରିବ ଆଉ କିଏ ସାଜିବ ଖଳନାୟକ ତାହାକୁ ନେଇ ଓ୍ୱେବସିରିଜର କାହାଣୀ ଆଧାରିତ। ସିରିଜର ଟ୍ରେଲର ରିଲିଜ ହେବା ପରେ ଏହାକୁ  ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ତେଣୁ ସିରିଜକୁ ବି ଦର୍ଶକଙ୍କ ଭଲ ପାଇବା ମିଳିବ ବୋଲି ଆଶା କରାଯାଉଛି।

Comment