ଓଡ଼ିଶାଲାଇଭ ବ୍ୟୁରୋ

ଭାରତର ସବୁଠୁ ବଡ଼ ଇ କମର୍ସ ଓ୍ୱେବସାଇଟ ଆମଜନ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆମାଜନ ଫୁଡ ଡେଲିଭରି ବିଜନେସରେ ଭାଗ୍ୟ ପରୀକ୍ଷା କରିବ ବୋଲି ଜଣାପଡ଼ିଛି।

ଆମାଜନର ଏହି ପଦକ୍ଷେପ ଜମାଟୋ ଓ ସ୍ୱିଗୀ ଭଳି ଫୁଡ୍ ଡେଲିଭରି ଆପ୍ ପାଇଁ ଚାଲେଞ୍ଜ ଆଣିପାରେ।

ଆମାଜନ ଫୁଡ୍‌ ଡେଲିଭରି ଆପ୍‌ ପାଇଁ କାମ ଆରମ୍ଭ କରିଦେଇଛି। ଅକ୍ଟୋବର ମାସରୁ ଏହି ସେବା ଆରମ୍ଭ କରିବାକୁ ଆମାଜନ ଯୋଜନା ରଖିଛି। ରିପୋର୍ଟ ଅନୁସାରେ ଭାରତରେ ଫୁଡ୍ ଡେଲିଭରିର ବିଜନେସ୍‌ ଦ୍ରୁତ ଗତିରେ ବଢ଼ି ଚାଲିଛି।

୨୦୧୮ରେ ଏହି ବ୍ୟବସାୟରେ ୧୭୬ ପ୍ରତିଶତ ବୃଦ୍ଧି ହୋଇଥିବା ଦେଖାଯାଇଛି। ବର୍ତ୍ତମାନ ଭାରତରେ ସ୍ୱିଗୀ ଓ ଜମାଟୋ ସବୁଠୁ ବଡ଼ ଫୁଡ ଡେଲିଭରି ଆପ୍ ଭାବେ ପ୍ରତିଷ୍ଠିତ ହୋଇଛି।

Comment