ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଆପଣ ଅନଲାଇନରେ ସପିଂ କରିବାକୁ ପସନ୍ଦ କରନ୍ତି ଆଉ ଅନେକ ସମୟରେ ବିଭିନ୍ନ ଜିନିଷ ସପିଂ କରୁଥାନ୍ତି ତେବେ ଏ ଖବର ଆପଣ ପଢ଼ିବା ନିହାତି ଦରକାର। କାରଣ ଏ ନେଇ ଥିବା ନିୟମ ଖୁବ ଶୀଘ୍ର ବଦଳିବାକୁ ଯାଉଛି। କାରଣ ସରକାର ଆଣିଥିବା ନୂଆ ନିୟମ ଅନୁସାରେ ଫ୍ଲିପ୍‌କାର୍ଡ(www.flipkart.com) ଏବଂ (www.amazon.in) ଭଳି ଇ-କମର୍ସ ୱେବସାଇଟରେ ମିଳୁଥିବା ଏସକ୍ଲୁସିଭ୍‌ ଡିଲ୍, ବମ୍ପର ଅଫର୍‌,ଡିସକାଉଣ୍ଟ ଅଫର ଆଉ ମିଳିବନି। ସରକାର ଏ ନେଇ ଥିବା ନିୟମକୁ କଡ଼ାକଡ଼ି କରିଛନ୍ତି।

ନିୟମ ଅନୁସାରେ ସରକାର ଅନଲାଇନ ବଜାରକୁ ପରିଚାଳିତ କରୁଥିବା କମ୍ପାନି ଗୁଡିକ ଉପରେ ସାମଗ୍ରୀର ଦରକୁ କମ ବେଶୀ କରିବା ଉପରେ କଟକଣା ଲଗାଇଛନ୍ତି। ଏହା ପରେ କମ୍ପାନି ମାନେ ନିଜ ପ୍ରଡକ୍ଟକୁ ନେଇ ଅନଲାଇନ ବଜାରରେ ଭିନ୍ନ ଭିନ୍ନ ଦର ସ୍ତିର କରିପାରିବେ ନାହିଁ। ସରକାରଙ୍କ ଏହି ନିୟମ ପରେ ଇ-କମର୍ସ କମ୍ପାନି ସହିତ ଅନଲାଇନରେ ସପିଂ କରିବାକୁ ପସନ୍ଦ କରୁଥିବା ଗ୍ରାହକଙ୍କୁ ଝଟକା ଲାଗିଛି।  ଏହା ସହିତ ସରକାରଙ୍କ ଏହି ନିଷ୍ପତ୍ତି ପରେ ଘରୋଇ ବଜାରରେ ହେଉଥିବା କାରବାରର ରାଗ ଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି।

ନୂଆ ନିୟମ ୧ଫେବୃଆରୀ ୨୦୧୯ରୁ ଲାଗୁ କରାଯିବ। ଏହି ନିୟମକୁ ନେଇ ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଏହି ନିୟମ ପରେ ଇ-କମର୍ସ କମ୍ପାନି ଦ୍ୱାରା ଦର ଦାମରେ ପ୍ରଭାବିତ କରିବା ପାଇଁ କରାଯାଉଥିବା ଚେଷ୍ଟା  ଉପରେ ରୋକ ଲଗାଯାଇପାରିବ।

 

Comment