ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ ସମୟରେ ରାସ୍ତାରେ ବୁଲୁଥିବା ପଶୁଙ୍କୁ ଖାଦ୍ୟ ଯୋଗାଣ ପାଇଁ ପୌର ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସହର ଉନ୍ନୟନ ବିଭାଗ ସଚିବ ଜି ମଥି ଭତନନ ସମସ୍ତ ୧୧୪ ପୌର ପରିଷଦକୁ ଏନେଇ ଚିଠି ଲେଖିଛନ୍ତି। ପୌର ପରିଷଦର ବିଭିନ୍ନ ବିଭିନ୍ନ ସୂତ୍ରରୁ ଟଙ୍କା ଏକାଠି କରି ଏହି କାମରେ ଲଗାଇବା ପାଇଁ କୁହାଯାଇଛି।

ସଚିବ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ପରବର୍ତ୍ତୀ ସମୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହା ଭରଣା କରାଯିବ। ଲକ୍‌ଡାଉନ ସମୟରେ ପଶୁ ପକ୍ଷୀଙ୍କୁ ଖାଇବା ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଦୈନିକ ୨୦ ହଜାର ଟଙ୍କା ଖର୍ଚ୍ଚ କରି ପାରିବ।

ସେହିଭଳି କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମକୁ ୧୦ ହଜାର ଖର୍ଚ୍ଚ କରିବା ପାଇଁ କୁହାଯାଇଛି। ବାକି ସବୁ ମ୍ୟୁନିସିପାଲିଟି ଦୈନିକ ୫ ହଜାର ଓ ଏନଏସି ଦୁଇ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରି ପାରିବେ।

Comment