ଓଡ଼ିଶାଲାଇଭ୍ ବ୍ୟୁରୋ

rbi

୨ କୋଟି ପର୍ଯ୍ୟନ୍ତ ଋଣ ନେଇଥିବା ଲୋକ, ସଂସ୍ଥାଙ୍କୁ ୬ ମାସରୁ ଅଧିକ ମହଲତ ଦେଇହେବନାହିଁ। ଋଣଧାରକମାନଙ୍କ ଯନ୍ତ୍ରଣା କମାଇବା ପାଇଁ ଏହି ମାସଗୁଡ଼ିକର ସୁଧ ଉପରେ ଚକ୍ରବର୍ତ୍ତି ସୁଧ ନ ଲଗାଇବା ଛଡ଼ା ଅନ୍ୟ କିଛି ନିଷ୍ପତ୍ତି ନେବା ସମଗ୍ର ଅର୍ଥନୀତି ପାଇଁ କ୍ଷତିକାରକ ହେବ। ଏହା ଛଡ଼ା ଋଣ ଓ ବ୍ୟାଙ୍କିଂ ସ୍ଥିତି ଏକଦମ ବିଗିଡ଼ିଯିବ ବୋଲି ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କୁ ସାନି ସତ୍ୟପାଠ ଜରିଆରେ ଜଣାଇଛନ୍ତି। ଏହାଛଡ଼ା ଆର୍ଥିକ କ୍ଷେତ୍ରରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ ନୁହେଁ, ବୋଲି କେନ୍ଦ୍ର ଦର୍ଶାଇଛି। କାରଣ ରଣଦାତା ଓ ରଣକର୍ତ୍ତାଙ୍କ ଭିତରେ ଋଣ ପରିଶୋଧ ପାଇଁ ସ୍ୱତନ୍ତ୍ର ବୁଝାମଣା ହୋଇଥାଏ। ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି। ତେବେ ୬ ମାସର ଋଣ ପରିଶୋଧର ଅତିରିକ୍ତ ମହଲତକୁ କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ପରେ ହିଁ ଜାରି କରାଯିବ।

ସତ୍ୟପାଠ ଅନୁସାରେ, କୌଣସି ପରିସ୍ଥିତିରେ ବି ୬ ମାସରୁ ଅଧିକ ଋଣ ପରିଶୋଧ ମହଲତ ଦେବା ଦ୍ୱାରା ସମସ୍ତ ଆର୍ଥିକ ବ୍ୟବସ୍ଥା ଓଲଟପାଲଟ ହୋଇଯିବ। ଋଣ ପରିଶୋଧ ସମୟ ଆରମ୍ଭ ହେବା ବେଳକୁ ନୂଆ ସମସ୍ୟା ଦେଖାଦେବ। ତା ଛଡ଼ା ଏହା ଋଣର ଚାପ ଋଣକର୍ତ୍ତାଙ୍କ ଉପରେ ଅଧିକ ଦିନ ରହିବ। ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବାରେ ସମସ୍ୟା ସୃଷ୍ଟି ହେବ।

ଗତ ସୋମବାର ଦିନ ସୁପ୍ରିମକୋର୍ଟ କାମାଥ କମିଟି ରିପୋର୍ଟ ଅନୁସାରେ ଏକ ସତ୍ୟପାଠ ଦାଖଲ କରିବା ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେଇଥିଲେ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଋଣ ପୁନର୍ବିନ୍ୟାସ ଉପରେ କେଭି କାମାଥଙ୍କ ପରାମର୍ଶ ଅନୁସାରେ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କ୍ଷେତ୍ରୀୟ ସମ୍ବଳିତ ରିହାତି ଦେବା ସମ୍ଭବ ହେବନାହିଁ। ରିଅଲ ଇଷ୍ଟେଟ କ୍ଷେତ୍ର ମହାମାରୀ ପୂର୍ବରୁ ମଧ୍ୟ ସମସ୍ୟାରେ ଗତି କରୁଥିଲା। ତେବେ ବ୍ୟାଙ୍କିଂ ରିହାତିରେ ରିୟଲ ଇଷ୍ଟେଟ କ୍ଷେତ୍ରର ସମସ୍ୟା ସମାଧାନ କରିହେବନାହିଁ ବୋଲି ଆରବିଆଇ ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି।

ତେବେ ମୋରାଟୋରିୟମ ବ୍ୟବସ୍ଥା ସ୍ୱୟଂକ୍ରିୟ ହୋଇ ନ ଥିବାକୁ ବିରୋଧ କରି କେତେକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଆବେଦନକାରୀ ଅଭିଯୋଗ କରିଥିଲେ ଯେ, ବ୍ୟାଙ୍କଗୁଡ଼ିକ ପକ୍ଷରୁ ସ୍ୱତଃ ମୋରାଟୋରିୟମ ପ୍ରଦାନ କରାଯାଉନି। ବରଂ ବ୍ୟାଙ୍କଗୁଡ଼ିକ ତାଙ୍କ ଇଛା ଅନୁସାରେ ପ୍ରଦାନ କରୁଛନ୍ତି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ କହିଛନ୍ତି ଯେ, କେବଳ ଏକ ବ୍ୟବସ୍ଥାର ପ୍ରଚଳନ କରିବା ରିଜର୍ଭ ବ୍ୟାଙ୍କର କାମ। ଆସନ୍ତା ସପ୍ତାହରେ ମୋରାଟୋରିୟମ ମାମଲାରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇପାରନ୍ତି।

Comment