ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଅଧୀନରେ କୌଣସି ନୂଆ ନିଯୁକ୍ତି ହେବ ନାହିଁ ବୋଲି ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ନିଯୁକ୍ତି ସମ୍ପର୍କିତ କେତେକ ଆଭ୍ୟନ୍ତରୀଣ ନିର୍ଦ୍ଦେଶାବଳୀ ମାତ୍ର ଦିଆଯାଇଛି ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି।

ଏଥିସହ କେନ୍ଦ୍ର ସରକାରଙ୍କ ସମସ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯଥା ରେଲୱେ, ବ୍ୟାଙ୍କ ଓ ଷ୍ଟାଫ ସିଲେକ୍ସନ କମିଶନ ନିୟମିତ ଭାବରେ ନିଯୁକ୍ତି କରି ଚାଲିବେ ବୋଲି ଏହି ସ୍ପଷ୍ଟୀକରଣରେ ଦିଆଯାଇଛି।

ଚଳିତ ମାସ ୪ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଖର୍ଚ୍ଚ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚକୁ ତୁଲାଇବା ପାଇଁ ଅର୍ଥର ଆବଶ୍ୟକତା ଥିବା ଦୃଷ୍ଟିରୁ ଅଣ ଉନ୍ନୟନ ସମ୍ପର୍କିତ କୌଣସି ନୂଆ ପଦବୀ ସୃଷ୍ଟି ହେବ ନାହିଁ।BGUଏହି ବିଜ୍ଞପ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଥିଲେ। ଦେଶର ଅର୍ଥନୀତି ଭୁଶୁଡି ପଡ଼ିଥିବା ବେଳେ ଓ ଲୋକମାନେ ବେରୋଜଗାର ହୋଇଥିବା ବେଳେ ଏଭଳି ଏକ ପଦକ୍ଷେପ ଠିକ ନୁହେଁ ବୋଲି ସେ କହିଥିଲେ।

 

Comment