ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ଉପରେ ଲାଗିଲା କଟକଣା। ବର୍ଦ୍ଧିତ ମହଙ୍ଗା ଭତ୍ତା କିସ୍ତି ବାତିଲ କଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ। କରୋନା ଯୋଗୁଁ ଦେଶର ଅର୍ଥନୀତି ଖରାପ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ସବୁ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀଙ୍କ ପାଇଁ ଲାଗୁ ହେବ।

corona

୨୦୨୦ ଜାନୁଆରିରୁ ଲାଗୁ ବର୍ଦ୍ଧିତ ଡିଏ କିସ୍ତି ଆଉ ମିଳିବନି। ଜୁଲାଇ ୧ ଓ ୨୦୨୧ ଜାନୁଆରି ବର୍ଦ୍ଧିତ କିସ୍ତି ମଧ୍ୟ ବାତିଲ ହୋଇଛି। ଜାନୁଆରି ୨୦୨୦ରୁ ଜୁନ୍‌ ୨୦୨୧ ଯାଏଁ କୌଣସି ବକେୟା ଡିଏ ଦିଆଯିବନି ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସରକାର ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ। ଏହି ଭତ୍ତା ମାର୍ଚ୍ଚ ମାସ ଦରମାରେ ମିଳିଥାନ୍ତା, ହେଲେ କେନ୍ଦ୍ର ସରକାର ଏହା ଉପରେ ରୋକ ଲାଇଛନ୍ତି। ଫଳରେ କର୍ମଚାରୀମାନେ ପୂର୍ବଭଳି ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ।

Comment