ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ୩ ପ୍ରତିଶତ ବୃଦ୍ଧି ପାଇଛି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି। ଏହା ସହ ପେନସନଭୋଗୀଙ୍କ ଡିଆର ୩ ପ୍ରତିଶତ ବୃଦ୍ଧି ହୋଇଛି।

୨୦୨୨ ଜାନୁଆରି ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। ଏହା ଦ୍ଵାରା କେନ୍ଦ୍ର ସରକାରଙ୍କ ୪୭.୬୮ ଲକ୍ଷ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇ ଏବେ ୩୪ ପ୍ରତିଶତରେ ପହଞ୍ଚିଛି।

Tags: #DA #DR #CentralGovt #GovtService #PensionHolder

Comment