ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୧୯ ତାରିଖଠାରୁ ମାଟ୍ରିକ୍ ଆଡମିଟ କାର୍ଡ ମିଳିବ। ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ପାଇଁ ଅନଲାଇନରେ ଆଡମିଟ କାର୍ଡ ମିଳିବ। ଏହା ସହିତ ମଧ୍ୟମା ଏବଂ ଏସଓଏସସି-୨୦୨୨ ପାଇଁ ମଧ୍ୟ ମିଳିବ ଆଡମିଟ କାର୍ଡ।

ସକାଳ ୧୦ଟାରୁ ଅନଲାଇନରେ ଆଡମିଟ୍ କାର୍ଡ ଉପଲବ୍ଧ ହେଉଛି। ବୋର୍ଡ ଓ୍ଵେବସାଇଟ ‘ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ବିଏସଓଡିଆଇଏସଏଚଏ ଡଟ୍ ଏସି ଡଟ ଇନ’ରୁ ଆର୍ଡମିଟ କାର୍ଡ ଡାଉନଲୋଡ କରିହେବ। ସ୍କୁଲ କୋର୍ଡ ଏବଂ ପାସଓ୍ଵାର୍ଡ ସହାୟତାରେ ସ୍କୁଲ କର୍ତ୍ତୃପକ୍ଷ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।

ମଧ୍ୟମା ଛାତ୍ରଛାତ୍ରୀମାନେ ଓ୍ଵେବସାଇଟରେ ନିଜ ପିତା ମାତାଙ୍କ ନାମ ପୂରଣ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଆଡମିଟ କାର୍ଡରେ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କର ସ୍ଵାକ୍ଷର ରହିବା ବାଧ୍ୟତାମୂଳକ କରାଯାଇଛି।

Tags: #MatricExam #AdmitCard #Education #Online

Comment