ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 ଏଣିକି ଘରେ ବସି ଲୋକମାନେ ସମସ୍ତ ପ୍ରକାର ଅନଲାଇନ୍ ଅର୍ଡର କରିପାରିବେ। ହୋମ୍ ଡେଲିଭରି ଓ ଏଥି ସମ୍ବନ୍ଧୀୟ ସମସ୍ତ ପ୍ରକାର ଗମନାଗମନକୁ ରାଜ୍ୟ ସରକାର ଲକଡାଉନ୍ ନିୟମରୁ ବାଦ୍ କରିଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୋମବାର ଦ୍ୱିତୀୟ ପର୍ଯ୍ୟାୟ  ଲକଡାଉନ୍ ନିୟମ କୋହଳ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏପ୍ରିଲ୍ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ହେବ। ତେବେ ଏହି ସମୟରେ ଅନଲାଇନ୍ ଅର୍ଡର ଓ ହୋମ୍ ଡେଲିଭରି ସୁରୁଖୁରୁରେ ଚାଲିପାରିବ। ଲୋକମାନେ ଅନଲାଇନ୍ ଜରିଆରେ ଅର୍ଡର କରି ସମସ୍ତ ପ୍ରକାର ଜିନିଷ ପତ୍ର ପାଇପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ସେହିଭଳି ପୂର୍ବଭଳି ଲୋକମାନେ ଅନଲାଇନ୍ ଜରିଆରେ ଖାଦ୍ୟ ପଦାର୍ଥ ଅର୍ଡର କରି ପାଇପାରିବେ। ଅନଲାଇନ୍ ଖାଦ୍ୟ ଯୋଗାଉଥିବା ରେଷ୍ଟୁରାଣ୍ଟ ଓ ଦୋକାନଗୁଡ଼ିକ ଲକାଡାଉନ୍ ସମୟରେ ଖୋଲାରହିବ। ଏଥିପାଇଁ କୌଣସି ପ୍ରକାର କଟକଣା ନାହିଁ।  ଏହାସହ ରାସ୍ତାକଡ଼ରେ ଥିବା ବିଭିନ୍ନ ଢ଼ାବାରୁ ମଧ୍ୟ ଲୋକମାନେ ଖାଇବା ଆଣିପାରିବେ। ତେବେ ସେମାନେ ସେଠାରେ ନବସି ତାକୁ ଆଣି ଅନ୍ୟତ୍ର କେଉଁ ସ୍ଥାନରେ ଖାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଛନ୍ତି।coronaରବିବାର ରାଜ୍ୟ ସରକାର କୃଷି, ମତ୍ସ୍ୟ, ପଶୁପାଳନ ସମ୍ବନ୍ଧୀୟ ଅନେକ କାର୍ଯ୍ୟକୁ ଲକଡାଉନ୍ ନିୟମରୁ ବାଦ୍ ଦେଇଛନ୍ତି। ଏଥିସହିତ ଏହି ଅନଲାଇନ୍ ଅର୍ଡର ଓ ହୋମ୍ ଡେଲିଭରି ବ୍ୟବସ୍ଥାକୁ ମଧ୍ୟ ଲକଡାଉନରୁ ବାଦ୍ ଦିଆଯାଇଛି। ଏଣିକି ଘରେ ବସି ଅନଲାଇନ୍ ଅର୍ଡର କରିବା ସହିତ ଲୋକମାନେ ନିଜ ମନପସନ୍ଦର ଖାଇବା ଅର୍ଡର କରିପାରିବେ।

Comment