ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୫ ତାରିଖରେ ଭାରତରେ ଲଞ୍ଚ୍ ହେବାକୁ ଯାଉଛି ସାମସଙ୍ଗ Galaxy M31। Galaxy M30 ଫୋନର ଅପଗ୍ରେଡ ଭର୍ସନ ଭାବେ କମ୍ପାନି ଏହି ଫୋନକୁ ଲଞ୍ଚ୍ କରିବାକୁ ଯାଉଛି।

ଅନଲାଇନ୍ ବଜାର ମାଧ୍ୟମରେ କମ୍ପାନି ଏହାର ବିକ୍ରି ଆରମ୍ଭ କରିବ। ଫେବ୍ରୁଆରି ୨୫ ତାରିଖ ଦିନ ୧୨ଟା ସମୟରୁ ଏହା ଅନଲାଇନରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।

ଏହି ଫୋନରେ ଗ୍ରାହକମାନେ ଫୁଲ୍ ଏଚଡି ସ୍କ୍ରିନ୍ ସହିତ ୬୪ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ପାଇପାରିବେ। ଏହାସହ ଏଥିରେ ୬ ହଜାର ଏମଏଚର ବ୍ୟାଟେରୀ ରହିବ ଯାହା ଫୋନକୁ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ ଯୋଗାଇପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment