ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲଞ୍ଚ ହେବ ସାମସଙ୍ଗର ନୂଆ ସ୍ମାର୍ଟଫୋନ ଗାଲାକ୍ସି ଏମ୍‌୫୧। ଜାଣନ୍ତୁ ଏହାର ଫିଚର ଏବଂ ଦାମ୍ ବିଷୟରେ..

ଦକ୍ଷିଣ କୋରିଆର ଟେକ୍ନୋଲୋଜି କମ୍ପାନି ସାମସଙ୍ଗ ଗୋଟିଏ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଏହି ସ୍ମାର୍ଟଫୋନର ନାଁ ରହିଛି ଗାଲାକ୍ସି ଏମ୍‌୫୧। ତେବେ କମ୍ପାନି ଏହି ଫୋନକୁ ଅଫିସିଆଲ ଲଞ୍ଚ କରିନଥିଲେ ମଧ୍ୟ ଜର୍ମାନୀରେ ଏହାର ପ୍ରି-ଅର୍ଡର ଆରମ୍ଭ ହୋଇଗଲାଣି। ଖୁବ ଶୀଘ୍ର ଭାରତରେ ମଧ୍ୟ କମ୍ପାନି ଗାଲାକ୍ସି ଏମ୍‌୫୧ ଲଞ୍ଚ କରିବ ବୋଲି ଜଣାପଡ଼ିଛି।

୭୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ

ଗାଲାକ୍ସି ଏମ୍‌୫୧ରେ ୭,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଉପଲବ୍ଧ, ଯାହାକି ଗ୍ରାହକଙ୍କୁ ବେଶୀ ଆକୃଷ୍ଟ କରିବ ବୋଲି କମ୍ପାନି ଆଶା ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସାମସଙ୍ଗ ଭାରତରେ ୬,୦୦୦ ବ୍ୟାଟେରୀବିଶିଷ୍ଟ ସ୍ମାର୍ଟଫୋନ୍ ଲଞ୍ଚ କରିଛି।

ଜର୍ମାନୀରେ ଏହି ଫୋନର ଦାମ୍ ୩୬୦ ୟୁରୋ ଯାହାକି ଭାରତୀୟ ବଜାର ମୂଲ୍ୟରେ ୩୧,୪୦୦ ଟଙ୍କା। ଜର୍ମାନୀରେ ସେପ୍ଟେମ୍ବର ୧୧ରୁ ଏହାର ବିକ୍ରି ଆରମ୍ଭ ହେବ। ତେବେ ନିକଟରେ କମ୍ପାନି ପକ୍ଷରୁ ଭାରତରେ ଏହି ଫୋନର ଏକ ଟିଜର ଜାରି ହୋଇଛି। ତେଣୁ ଖୁବ ଶୀଘ୍ର ଭାରତରେ ଏମ୍‌୫୧ ଲଞ୍ଚ ହେବ ବୋଲି ଅନୁମାନ କରାଯାଉଛି।

ଫିଚର

ସାମସଙ୍ଗ ଗାଲାକ୍ସି ଏମ୍‌୫୧ରେ ୬.୭ ଇଞ୍ଚର ଫୁଲ୍ ଏଚ୍‌ଡି ପ୍ଲସ୍ AMOLED ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ପଞ୍ଚହୋଲ୍ ସେଲ୍ଫି କ୍ୟାମେରା ମଧ୍ୟ ରହିଛି। ଏଥିରେ ଅକ୍ଟାକୋର୍ ପ୍ରୋସେସର ଦିଆଯାଇଥିବା ବେଳେ ଭାରତରେ କେଉଁ ପ୍ରୋସେସରରେ ଏହି ଫୋନ ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। ଏହି ସ୍ମାର୍ଟଫୋନରେ ୬ଜିବି RAM + ୧୨୮ଜିବି ROM ଦିଆଯାଇଛି। ଏହି ଫୋନ ONE UIରେ ଚାଲୁଛି।BGUକ୍ୟାମେରା

ଫଟୋଗ୍ରାଫି ପାଇଁ ଏଥିରେ ୪ଟି ରିଅର୍ କ୍ୟାମେରା ରହିଛି। ପ୍ରାଇମେରି ଲେନ୍ସ ୬୪ ମେଗାପିକ୍ସେଲ ହୋଇଥିବା ବେଳେ ୧୨ ମେଗାପିକ୍ସେଲର ଗୋଟିଏ ଅଲଟ୍ରା ଓ୍ଵାଇଡ୍ ଲେନ୍ସ, ୫ ମେଗାପିକ୍ସେଲର ଏକ ମାଇକ୍ରୋ ଲେନ୍ସ ଏବଂ ୫ ମେଗାପିକ୍ସେଲର ଏକ ଡେଫ୍‌ଥ ଲେନ୍ସ ରହିଛି।

ସେହିପରି ସେଲ୍ଫି ପାଇଁ ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି। ୭ ହଜାର ଏମ୍‌ଏଏଚ୍ ବ୍ୟାଟେରୀ ସହିତ ଏଥିରେ ୨୫ ଓ୍ଵାଟ୍‌ର କ୍ଵିକ୍ ଚାର୍ଡ ସପୋର୍ଟ ବି ଦିଆଯାଉଛି।

ଭାରତରେ କମ୍ପାନି ଏହି ଫୋନକୁ ୨୫ ହଜାର ଟଙ୍କାରେ ଲଞ୍ଚ କରିପାରେ ବୋଲି ଅନୁମାନ କରାଯାଉଛି। ପାଓ୍ଵାରଫୁଲ୍ ବ୍ୟାଟେରୀବିଶିଷ୍ଟ ଫୋନକୁ ଗ୍ରାହକମାନେ ବେଶୀ ପସନ୍ଦ କରୁଥିବାରୁ ଏହି ଫୋନ ଅଧିକ ସଂଖ୍ୟାରେ ବିକ୍ରି ହେବ ବୋଲି ଆଶା କରାଯାଉଛି।

Comment