ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୩ ତାରିଖ ଯାଏଁ ଦେଶରେ ଜାରି ରହିବ ଲକ୍‌ଡାଉନ୍‌। ଏହା ମଧ୍ୟରେ ଦେଶବାସୀଙ୍କୁ ସୁବିଧା ଦେବାକୁ ଚେଷ୍ଟା କରୁଛନ୍ତି ସରକାର। ସେଥିପାଇଁ ଏପ୍ରିଲ ୨୦ରୁ ଅନଲାଇନ୍‌ରେ କିଛି ଆବଶ୍ୟକୀୟ ଜିନିଷ ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ସମୟ ମଧ୍ୟରେ ମୋବାଇଲ୍‌ ଫୋନ, ଟିଭି, ଲାପଟପ, ରେଫ୍ରିଜିରେଟର ଓ ଷ୍ଟେସନାରୀ ସାମଗ୍ରୀ ଅନଲାଇନରେ ମିଳିବ।

ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଆମାଜନ୍‌, ଫିପ୍ଲକାର୍ଟ ଓ ସ୍ନାପଡିଲ୍‌ ଭଳି କମ୍ପାନିଙ୍କୁ ଅନୁମତି ପ୍ରଦାନ କରାଯିବ। କିନ୍ତୁ କମ୍ପାନିର ଡେଲିଭରି ଗାଡ଼ିଗୁଡ଼ିକ ଯିବା ଆସିବା ପାଇଁ ପ୍ରଶାସନର ଅନୁମତି ନେବାକୁ ପଡ଼ିବ।

corona

ସରକାରଙ୍କ ନୂଆ ଲକ୍‌ଡାଉନ୍‌ ଗାଇଡଲାଇନ ଅନୁଯାୟୀ ବିଦ୍ୟୁତ କର୍ମଚାରୀ, ଆଇଟି ସମ୍ଵନ୍ଧୀୟ ବ୍ୟକ୍ତି, ପ୍ଲମ୍ଵର, ମୋଟର ମେକାନିକ ଓ କାର୍ପେଟରଙ୍କୁ ଅନୁମତି ପ୍ରଦାନ କରାଯିବ। ଏହାସହ ଇ-କମର୍ସରେ ବ୍ୟବହୃତ କୋରିଅର ସେବା ଓ ଯାନଗୁଡ଼ିକୁ ମଧ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।

କରୋନାକୁ ଦୃଷ୍ଟିରେ ରଖି କନ୍ଦ୍ର ସରକାର ପୁଣି ଲକଡାଉନ୍‌ ସମୟକୁ ବଢ଼ାଇ ଦେଇଛନ୍ତି। ମେ’ ୩ ତାରିଖ ଯାଏଁ ଏହି ନିୟମ ଲାଗୁ ହୋଇଛି। ଏହି ସମୟ ମଧ୍ୟରେ କେଉଁ ଜିନିଷରେ କଟକଣା ଲାଗିଛି ସେଥିପାଇଁ ଗାଇଡଲାଇନ ମଧ୍ୟ ଜାରି ହୋଇଛି। ତେବେ ଏହା ମଧ୍ୟରେ ଲୋକଙ୍କ ସୁବିଧା ପାଇଁ ଏହି ଅନଲାଇନ୍‌ ବିକ୍ରିକୁ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here