ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ବଢ଼ିଲା ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧି। ସେପ୍ଟେମ୍ଵର ୩୦ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀ।

ଏନେଇ ସବୁ ରାଜ୍ୟକୁ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ବର୍ତ୍ତମାନ ସେପ୍ଟେମ୍ଵର ୩୦ ତାରିଖ ଯାଏଁ ଦେଶରେ ଗାଡ଼ି ଫିଟ୍‌ନେସ, ପରମିଟ, ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟ ସମସ୍ତ ଡାଟା ବୈଧ ରହିବ।

ଏଥର ତୃତୀୟଥର ପାଇଁ ଗାଡ଼ି କାଗଜପତ୍ର ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାର ଜୁନ୍‌ ୩୦ ଯାଏଁ ଗାଡ଼ି କାଗଜପତ୍ର ଅବଧିକୁ ବୃଦ୍ଧି କରିଥିଲେ।

Comment