ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

N 95 mask-2

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟବହୃତ ଏନ୍-୯୫ ମାସ୍କକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି ସରକାର। ତେବେ ଏହି ମାସ୍କକୁ ବ୍ୟବହାର ନକରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର।

CGU new

ଏହି ଚିଠିରେ ଏନ୍-୯୫ ମାସ୍କର ବ୍ୟବହାର କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ କୁହାଯାଇଛି ଯେ ଏହା କରୋନା ଭାଇରସର ସଂକ୍ରମଣକୁ ରୋକିପାରିବ ନାହିଁ ଏବଂ ଏହାକୁ ବ୍ୟବହାର କରିବା ପଦ୍ଧତି ମଧ୍ୟ ହାନିକାରକ ଅଟେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମହାନିର୍ଦ୍ଦେଶକ ମଧ୍ୟ ମାସ୍କର ବ୍ୟବହାର ସଠିକ୍ ନୁହେଁ ବୋଲି ଏହି ଚିଠି ଜରିଆରେ କହିଛନ୍ତି।

N 95 mask-1

ତେବେ ପୂର୍ବରୁ ସରକାରଙ୍କ ତରଫରୁ ମାସ୍କ ବ୍ୟବହାର ଶୈଳୀକୁ ନେଇ ପରାମର୍ଶ ଏବଂ ସଚେତନତା ଜାରି କରାଯାଇଥିଲା। ଲୋକମାନେ ଘରୁ ବାହାରକୁ ଯିବା ସମୟରେ ଘରୋଇ ବା କପଡ଼ା ତିଆରି ମାସ୍କର ବ୍ୟବହାର କରିପାରିବେ। ଘରକୁ ଫେରିବା ପରେ ପ୍ରତିଦିନ ଏହାକୁ ପାଞ୍ଚ ମିନିଟ୍ ଯାଏଁ ଗରମ ପାଣିରେ ଫୁଟାଇ ଧୋଇବା ଏବଂ ସର୍ବଦା ନିଜ ମାସ୍କ ନିଜେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା।

Comment