ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ରୋଗର ଉପଚାର ପାଇଁ ଭାରତ ବଜାରକୁ ଆସିବ ବଟିକା। ଗ୍ଲେନମାର୍କ ଫାର୍ମାସୀକୁ କୋଭିଡ-୧୯ ପାଇଁ ଆଣ୍ଟି ଭାଇରାଲ ଔଷଧ FabiFlu ତିଆରି ଓ ବିକ୍ରି ପାଇଁ ଅନୁମତି ମିଳିଛି।

ମୋଟ ୩୪ ଟି ଟାବ୍ଲେଟର ଦାମ୍ ୩,୫୦୦ ଟଙ୍କା ରଖାଯାଇଛି। ଅର୍ଥାତ୍ ଗୋଟିଏ ବଟିକା ୧୦୩ ଟଙ୍କାରେ ମିଳିବ। ମାଇଲଡ୍ଡ ଓ ମଡରେଟ୍ ସ୍ତରର କରୋନା ରୋଗୀଙ୍କ ପାଇଁ ଏହି ବଟିକା କାମ କରିବ। ଉଭୟ ହସପିଟାଲରୁ ଓ ଡାକ୍ତରୀ ପ୍ରେସକ୍ରିପ୍ସନରେ ଏହି ବଟିକା ଉପଲବ୍ଧ ହେବ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତର ଡ୍ରଗ କଣ୍ଟ୍ରୋଲର ଏହି ଔଷଧକୁ ଜରୁରୀକାଳୀନ ମଞ୍ଜୁରୀ ଦେଇଛନ୍ତି। ତେବେ ଏହି ଔଷଧ ସେବନ କରିବା ପୂର୍ବରୁ ରୋଗୀଙ୍କୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ।

Comment