ଓଡ଼ିଶାଲାଇଭ୍ ବ୍ୟୁରୋ

 

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟକୁ ନେଇ ଶୁକ୍ରବାର ବଡ଼ ନିଷ୍ପତ୍ତି ନେଇଛି। ଏବେ ବଜାରରୁ ୨ ହଜାର ଟଙ୍କିଆ ନୋଟକୁ ଧୀରେ ଧୀରେ ପ୍ରତ୍ୟାହାର କରାଯିବ। ଏବେ ଏହା ସମ୍ପୂର୍ଣ୍ଣ ଭାବେ ଅଚଳ ହେବ ନାହିଁ। ଲୋକମାନେ ଏହାକୁ ବ୍ୟାଙ୍କରେ ବଦଳାଇ ପାରିବେ। ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଆରବିଆଇର ସୂଚନା ଅନୁସାରେ ଏବେ ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଲୋକମାନେ ମେ’ ମାସ ୨୩ ତାରିଖରୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇ ପାରିବେ। ସେପ୍ଟେମ୍ବର ୩୦ ତାରିଖ ଯାଏଁ ଏହି ନୋଟ ବଦଳାଇ ହେବ।

ଲୋକମାନେ ବ୍ୟାଙ୍କରୁ ଥରେକେ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ। ଅନ୍ୟପଟେ ଏବେ ବ୍ୟାଙ୍କଗୁଡ଼ିକୁ ଲୋକଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ ନଦେବାକୁ ଆରବିଆଇ ପକ୍ଷରୁ ନିର୍ଦେଶ ଦିଆଯାଇଛି।

୨୦୧୬ ମସିହା ନଭେମ୍ବର ମାସରେ ହୋଇଥିବା ବିମୁଦ୍ରିକରଣ ପରେ ଆରବିଆଇ ପକ୍ଷରୁ ବଜାରରେ ୨ ହାଜର ଟଙ୍କିଆ ନୋଟର ପ୍ରଚଳନ କରଯାଇଥିଲା। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଦଳରେ ଏହି ନୋଟ ଆସିଥିଲା।

ତେବେ ଆରବିଆଇ ୨୦୧୮-୧୯ ଆର୍ଥିକ ବର୍ଷରୁ ୨ ହଜାର ଟଙ୍କିଆ ନୋଟ ଛାପିବା ବନ୍ଦ କରିଥିଲେ ମଧ୍ୟ ଏହା ବଜାରରେ ଚଳନରେ ଥିଲା।

Tags: #RBI #TwoThousandRupeesNote #CurrencyCirculation #IndianMarket

Comment