ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡରେ ବଡ଼ ପରିବର୍ତ୍ତନ ହୋଇଛି। କେନ୍ଦ୍ରୀମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ବାଦ ଦିଆଯାଇଛି। ଏହା ସହିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନଙ୍କୁ ମଧ୍ୟ ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି। ସଂସଦୀୟ ବୋର୍ଡ ସହିତ କେନ୍ଦ୍ର ନିର୍ବାଚନ ସମିତିରୁ ମଧ୍ୟ ଏହି ଦୁଇ ନେତାକୁ ବାଦ ଦିଆଯାଇଛି।

ଗୋଟିଏ ପଟେ ନିତିନ ଗଡକରୀ ଏବଂ ଶିବରାଜ ଚୌହ୍ଵାନଙ୍କୁ ବୋର୍ଡରୁ ବାଦ୍ ଦିଆଯାଇଥିବାବେଳେ ଅନ୍ୟପଟେ ନୂଆ ସଦସ୍ୟଙ୍କୁ ବୋର୍ଡରେ ସାମିଲ କରାଯାଇଛି। ବିଏସ ୟେଦିୟୁରପ୍ପା, ସୁଧା ଯାଦବ, ଇକବାଲ ସିଂ ଲାଲପୁରା, ସର୍ବାନନ୍ଦ ସୋନୋଭାଲ, କେ ଲକ୍ଷ୍ମଣଙ୍କୁ ସଂସଦୀୟ ବୋର୍ଡରେ ନୂଆ ସଦସ୍ୟତା ମିଳିଛି।

ନୂଆ ସଂସଦସୀୟ ବୋର୍ଡରେ କେଉଁମାନେ?

ଜଗତ ପ୍ରକାଶ ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ, ଅମିତ ଶାହ, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋଭାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ ଓ ବିଏଲ ସନ୍ତୋଷ।

ଏହା ସହିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ନିର୍ବାଚନ ସମିତିର ଘୋଷଣା କରାଯାଇଛି। ଏହି ସମିତିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସ, କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଓମ ମାଥୁରଙ୍କୁ ସ୍ଥାନ ମିଳିଛି। ଏହି ସମିତିରେ ମଧ୍ୟ ନିତିନ ଗଡକରୀଙ୍କୁ ସାମିଲ କରାଯାଇ ନାହିଁ।

କେନ୍ଦ୍ର ନିର୍ବାଚନ ସମିତିର ସଦସ୍ୟ

ଜଗତ ପ୍ରକାଶ ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ, ଅମିତ ଶାହ, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋଭାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ, ଭୂପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡର୍ଣ୍ଣାବିସ, ବିଏଲ ସନ୍ତୋଷ ଓ ଭି ଶ୍ରୀନିବାସ।

ଭାରତୀୟ ଜନତା ପାର୍ଟିର ଏହି ଦୁଇ ନୂଆ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗରେ ପରିବର୍ତ୍ତନ ହେବାର ଅନୁମାନ କରାଯାଉଛି।

Tags: #Politics #IndianPolitics #ParliamentaryBoard #NitinGadkari #ShivrajSinghChauhan

Comment