ଓଡ଼ିଶାଲାଇଭ୍ ବ୍ୟୁରୋ

ଆମାଜନ ଗ୍ରେଟ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍‌ର ଶେଷ ସପ୍ତାହ ଚାଲିଛି। ଯଦି ଆପଣ ଏହି ସେଲ୍‌ର ଫାଇଦା ଉଠାଇ ପାରିନାହାନ୍ତି ତେବେ ଯଲ୍‌ଦି ହିଁ ଅର୍ଡର କରିନିଅନ୍ତୁ ନିଜ ମନ ପସନ୍ଦର ମୋବାଇଲ ଫୋନ, ଲାପଟପ୍, ଟିଭି ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ। କାହିଁକି ନା ଶେଷ ସପ୍ତାହ ବିକ୍ରିରେ ଏସ୍‌ବିଆଇ କାର୍ଡ ଦ୍ଵାରା କ୍ରୟ ଉପରେ ଇନ୍‌ଷ୍ଟାଣ୍ଟ ୧୦ ପ୍ରତିଶତ ରିହାତି ଦେଉଛି ଆମାଜନ। ନଭେମ୍ଵର ୧୩ରେ ଆମାଜନର ଏହି ପାର୍ବଣ ଅଫର ଶେଷ ହେବାକୁ ଯାଉଛି।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ମାର୍ଟଫୋନ ଉପରେ ରିହାତି ଦେଉଛି ଆମାଜନ।

ଆଇଫୋନ ୧୧ (iphone 11)

Apple’s iphone 11 ର ବଜାର ଦାମ ୬୪,୯୦୦ ଟଙ୍କା ରହିଥିବା ବେଳେ ଆମାଜନ ଗ୍ରେଟ ଇଣ୍ଡିଆନ୍ ଫେଷ୍ଟିଭାଲ୍‌ ସେଲ୍‌ରେ ଏହାର ଦାମ ରହିଛି ୫୦,୯୯୯ ଟଙ୍କା। ଏଥିସହିତ ଏହି ଅଫର୍‌ରେ ଇୟରପଡ୍ ଏବଂ ଚାର୍ଜର ମଧ୍ୟ ପାଇପାରିବେ ଗ୍ରାହକ।

ସାମସଙ୍ଗ ଗାଲାକ୍ସି ଏମ୍‌୫୧ (Samsung Galaxy M51)

Samsung Galaxy M51 ର ବଜାର ମୂଲ୍ୟ  ୨୮,୯୯୯ ଟଙ୍କା ରହିଥିବା ବେଳେ ଆମାଜନ ଗ୍ରେଟ ଇଣ୍ଡିଆନ୍ ଫେଷ୍ଟିଭାଲ୍‌ ସେଲ୍‌ରେ ଗ୍ରାହକ ଏହାକୁ ମାତ୍ର ୨୨,୪୯୯ ଟଙ୍କାରେ ପାଇପାରିବେ। ଏସ୍‌ବିଆଇ କାର୍ଡରେ କ୍ରୟ ଉପରେ ଗ୍ରାହକଙ୍କୁ ଇନଷ୍ଟାଣ୍ଟ ୩୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ।

ଓ୍ଵାନପ୍ଲସ୍ ୮ (OnePlus 8)

OnePlus 8 ର ବଜାର ମୂଲ୍ୟ ୪୧,୯୯୯ ଟଙ୍କା ରହିଥିବା ବେଳେ ଗ୍ରେଟ ଇଣ୍ଡିଆନ୍ ଫେଷ୍ଟିଭାଲ୍‌ରେ ଏହାର ମୂଲ୍ୟ ରହିଛି ମାତ୍ର ୩୯,୯୯୯ ଟଙ୍କା ରହିଛି। ଏସ୍‌ବିଆଇ କ୍ରେଡିଟ କାର୍ଡ ଜରିଆରେ କ୍ରୟ କଲେ ଇନ୍‌ଷ୍ଟାଣ୍ଟ ୧୦ ପ୍ରତିଶତ ରିହାତି ପାଇପାରିବେ ଗ୍ରାହକ।

ରେଡ୍‌ମି ନୋଟ ୯ ପ୍ରୋ (Redmi Note 9 Pro)

Redmi Note 9 Pro ର ବଜାର ମୂଲ୍ୟ ୧୪,୯୯୯ ଟଙ୍କା ରହିଥିବା ବେଳେ ଆମାଜନ ଆପଣଙ୍କୁ ଏହା ରିହାତି ମୂଲ୍ୟ ୧୨,୯୯୯ ଟଙ୍କାରେ ଭେଟି ଦେଉଛି।

Comment