ଓଡ଼ିଶାଲାଇଭ୍ ବ୍ୟୁରୋ

ଅଳ୍ପ ଦାମ୍‌ରେ କିଏ ବା ଭଲ ସ୍ମାର୍ଟଫୋନ କିଣିବାକୁ ଚାହିଁବନି। ଯଦି ଫୋନ୍‌ କିଣିବା ପାଇଁ ଆପଣଙ୍କ ବଜେଟ କମ୍‌ ଅଛି ଆଉ ଆପଣ ଅଳ୍ପ ଦାମ୍‌ରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବରରେ ଆମେ ଆପଣଙ୍କୁ ୧୫ ହଜାର ଟଙ୍କା ଭିତରେ ବେଷ୍ଟ ସ୍ମାର୍ଟଫୋନ ବିଷୟରେ କହିବୁ।ରିଅଲ ମି ନାର୍‌ଜୋ ୨୦ ପ୍ରୋ

ଦାମ୍ – ୧୩,୯୯୯ ଟଙ୍କା

Realme Narzo 20 Pro ଫୋନ୍‌ରେ ଆପଣଙ୍କୁ ମିଳିବ ୬୪ ଜିବି ରୋମ୍ ଏବଂ ୬ ଜିବି ରାମ୍‌। ଏଥିସହିତ ଏହି ଫୋନ୍‌ରେ ଆପଣ ପାଇପାରିବେ ୪୫୦୦ mAhର ବ୍ୟାଟେରି ସାଙ୍ଗକୁ ୬୫ ଓ୍ଵାଟ୍‌ର ଏକ ହେଭି ସ୍ପିଡ୍ ଚାର୍ଜର। ଏହି ଚାର୍ଜରେ ୦ରୁ ୧୦୦ ପ୍ରତିଶତ ଚାର୍ଜ କରିବା ପାଇଁ ମାତ୍ର ୩୮ ମିନିଟ ସମୟ ଲାଗିଥାଏ।ରେଡ୍‌ମି ନୋଟ୍ ୯

ଦାମ୍ – ୧୧,୯୯୯ ଟଙ୍କା

Redmi Note 9 ଫୋନ୍‌ରେ ଆପଣଙ୍କୁ ମିଳିବ ୬୪ ଜିବି ରୋମ୍ ଏବଂ ୪ ଜିବି ରାମ୍‌। ଏଥିସହିତ ୪୮ ମେଗାପିକ୍ସେଲ ରିଅର କ୍ୟାମେରା ସାଙ୍ଗକୁ ୧୩ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା। ଏହି ଫୋନର ବ୍ୟାଟେରି ଲମ୍ଵା ସମୟ ପର୍ଯ୍ୟନ୍ତ ଚାର୍ଜ ରଖିପାରୁଥିବା କମ୍ପାନି ପକ୍ଷରୁ କୁହାଯାଇଛି।ରିଅଲ୍‌ମି ନାଜ୍‌ରୋ ୨୦

ଦାମ୍ – ୧୦,୪୯୯ ଟଙ୍କା

Realme Narzo 20 ସ୍ମାର୍ଟଫୋନ୍‌ରେ ୬୦୦୦ mAhର ବ୍ୟାଟେରି ସାଙ୍ଗକୁ ୬୪ ଜିବି ରୋମ ଏବଂ ୪ ଜିବି ରାମ୍‌ ଉବଲବ୍ଧ ରହିଛି। ଏହି ଫୋନ୍‌କୁ ଥରେ ଚାର୍ଜ କରି ଷ୍ଟାଣ୍ଡବାଏ ମୋଡ୍‌ରେ ଏହାକୁ ୪୫ ଦିନ ପର୍ଯ୍ୟନ୍ତ ରଖିହେବ।ଓପୋ ଏ ୫୩

ଦାମ୍ – ୧୨,୯୯୦

OPPO A53 ସ୍ମାର୍ଟଫୋନ୍‌ରେ ୪ ଜିବି ରାମ୍‌ ସହିତ ୬୪ ଜିବି ଷ୍ଟୋରେଜ ଉପଲବ୍ଧ ରହୁଛି। ଏଥିସହିତ ଆପଣ ୬.୫ ଇଞ୍ଚର HD+ IPS LCD ଡିସ୍‌ପ୍ଲେ ଏବଂ ଗରିଲା ଗ୍ଲାସ୍ v3 ମଧ୍ୟ ଏହି ଫୋନ୍‌ରେ ପାଇପାରିବେ। ସାମସଙ୍ଗ୍ ଗାଲାକ୍ସି ଏମ୍‌ ୨୧

ଦାମ୍ – ୧୩,୯୯୯ ଟଙ୍କା

Samsung Galaxy M21 ସ୍ମାର୍ଟଫୋନ୍‌ଟି ସାମସଙ୍ଗ୍‌ M ସିରିଜର ଫୋନ୍ ଅଟେ। ଏଥିରେ ୬୪ ଜିବି ରୋମ୍ ଏବଂ ୪ ଜିବି ରାମ୍‌ ଉପଲବ୍ଧ ରହିଛି। ଏଥିସହିତ ଲଙ୍ଗ ଲାଷ୍ଟିଙ୍ଗ ବ୍ୟାଟେରି ପାଓ୍ଵାର ସାଙ୍ଗକୁ ବେଷ୍ଟ ଜିସ୍‌ପ୍ଲେ ଏବଂ ଆଣ୍ଡ୍ରଏଡ ୧୦.୦ର ସପୋର୍ଟ ରହିଛି।

 

Comment