ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଆଇଡିଆ(Vi) ନିଜ ଗ୍ରାହକଙ୍କ ପାଇଁ ଅନେକ ପୋଷ୍ଟପେଡ୍ ପ୍ଲାନ୍ ପ୍ରଦାନ କରୁଛି। ସେଥିମଧ୍ୟରୁ ୬୯୯ ଟଙ୍କିଆ ପ୍ଲାନ୍‌ ବେଶୀ ଲୋକପ୍ରିୟ ହୋଇପାରିଛି। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଆମାଜନ୍, ନେଟ୍‌ଫ୍ଲିକ୍ସ ପରି ଓଟିଟି ପ୍ଲାଟ୍‌ଫର୍ମର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଦିଆଯାଉଛି। ଏଥିସହ ମାଗଣା ଡାଟା, ଅସୀମିତ କଲିଂ ଆଦି ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

ଭୋଡାଫୋନ୍ ଆଇଡିଆର ଏହି ପ୍ଲାନ୍‌ଟି ୬୯୯ ଟଙ୍କାରେ ଉପଲବ୍ଧ ହେଉଛି। ଏଥିରେ ମୋଟ ୧୫୦ ଜିବି ଡାଟା ମିଳୁଛି। ତେବେ ଗୋଟିଏ ଦିନରେ ଆପଣ କେତେ ଡାଟା ବ୍ୟବହାର କରିବେ ସେନେଇ ନିର୍ଦ୍ଦିଷ୍ଟ କିଛି ସୀମା ନାହିଁ।ସେହିପରି ଏଥିରେ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ବି ମିଳୁଛି। ଏହା ଛଡ଼ା ଅସୀମିତ କଲିଂ ଓ ଏକ ବର୍ଷ ପାଇଁ ଆମାଜନ ପ୍ରାଇମ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଦିଆଯାଉଛି। କେବଳ ସେତିକି ନୁହେଁ, ଏହି ପ୍ଲାନ୍‌ରେ ୧୨୫ ଟଙ୍କିଆ ଏମ୍‌ପିଏଲ୍ କ୍ୟାସ୍, ଜୋମାଟୋରେ ୨୦୦ ଟଙ୍କାର ରିହାତି ଓ ଭୋଡାଫୋନ୍ ପ୍ଲେ ଆପ୍‌ ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ମିଳୁଛି।ଭୋଡାଫୋନ୍ ଆଇଡିଆର ଏହି ପ୍ଲାନ୍‌କୁ ଯଦି ଜିଓର ୫୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ୍ ସହ ତୁଳନା କରାଯାଏ, ଜିଓର ଏହି ପ୍ଲାନ୍‌ରେ ମୋଟ ୧୫୦ ଜିବି ଡାଟା ମିଳୁଛି। ଏହା ସହିତ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ସୁବିଧା ବି ରହିଛି।

ଜିଓର ଏହି ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍ ଓ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର ଭିଆଇପିର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଦିଆଯାଉଛି। ଏଥିସହ ଅସୀମିତ କଲିଂ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

Comment