ଓଡ଼ିଶାଲାଇଭ୍ ବ୍ୟୁରୋ

ମାଗଣାରେ ଆପଣଙ୍କୁ ସାଇକେଲ ଚଲାଇବାକୁ ମିଳିବ। ଆପଣ କୌଣସି ପାଖ ସ୍ଥାନକୁ ଯାଉଥିଲେ ଆପଣ ବିନା କୌଣସି ଟଙ୍କା ଦେଇ ସାଇକେଲ ନେଇପାରିବେ। ଏପରି ଏକ ମହତ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିଛନ୍ତି ୪୦ ବର୍ଷୀୟ ଏମ୍‌ଏସ୍‌ ଅଥିରୂପ।

ନିଜସ୍ୱ ପ୍ରଚେଷ୍ଟାରେ ସେ ଗୋଟିଏ ସାଇକେଲ କ୍ଲବ ପ୍ରତିଷ୍ଠା କରିଛନ୍ତି। ଇଂଜିନୟରିଂ ପାଠ ପଢ଼ିଥିବା ଅଥିରୂପ ଚାକିରୀ କରିଥିଲେ ମଧ୍ୟ ଅଧାରୁ ଚାକିରି ଛାଡ଼ି ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।

ଥିରୁଅନନ୍ତପୁରମରୁ ମାତ୍ର ୫୦ଟି ସାଇକେଲରୁ ଆରମ୍ଭ କରିଥିବା ତାଙ୍କର ଏହି ସେବା ଏବେ ଭଳି ସହରରେ ଖୁବ୍ ଲୋକପ୍ରିୟ। ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ତାଙ୍କ ଏହି ସେବାର ଲାଭ ଉଠାଇପାରିଛନ୍ତି।

ଏହା ସାହାଯ୍ୟରେ ଲୋକମାନେ ବିନା କୌଣସି ପଇସା ଦେଇ ସାଇକେଲ ନେଇପାରିବେ ଏବଂ କାମ ସରିବା ପରେ ସାଇକେଲକୁ ଆଣି ଫେରାଇବେ। ମାଗଣାରେ ସାଇକେଲ ମିଳିବା କାରଣରୁ ସମସ୍ତ ବର୍ଗର ଲୋକ ତାଙ୍କ ଏହି ସେବାର ଫାଇଦା ଉଠାଇପାରିବେ ବୋଲି ସେ କୁହନ୍ତି।

ତେବେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଇକେଲ ମିଳୁଥିବାବେଳେ ସାଇକେଲରେ ସେହି ଅନୁଷ୍ଠାନମାନଙ୍କର ଲୋଗୋ ରହିବା କାରଣରୁ ଅନୁଷ୍ଠାନ ପ୍ରମୋସନ ହୋଇଥାଏ। ସେହିପରି ବିଭିନ୍ନ ପ୍ରକାରର ସ୍ପନସର ସାହାଯ୍ୟରେ ତାଙ୍କୁ ଟଙ୍କା ମିଳିଥାଏ। ଏହି ସେବାରେ ସେ ଅନେକ ଲୋକଙ୍କୁ ନିଯୁକ୍ତ ମଧ୍ୟ ଦେଇପାରିଛନ୍ତି ଅଥିରୂପ।

Comment