ଓଡ଼ିଶାଲାଇଭ ବ୍ୟୁରୋ

ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୋନପୁର ଜିଲ୍ଲାରେ। ହେଲେ ଜନ୍ମ ହେବା ପରେ ଶିଶୁମାନଙ୍କର ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲା ଝିଙ୍କି ଗାଁରେ ମିନତୀ ମୁଣ୍ଡା ନାମକ ଜଣେ ମହିଳା ଦୁଇଟି ସନ୍ତାନ ଜନ୍ମ ଦେଇଥିଲେ। ହେଲେ ପରେ ପୁଣି ଗର୍ଭରେ ଯନ୍ତ୍ରଣା ପାଇବାରୁ ଆଶାକର୍ମୀ ଓ ପରିବାର ଲୋକେ ଏକ ଗାଡ଼ିରେ ତାଙ୍କୁ ସୋନପୁର ହସ୍ପିଟାଲ ନେଇଯାଇଥିଲେ।

ଗାଡ଼ିରେ ଯାଉଥିବା ସମୟରେ ସେ ଆଉ ଏକ ଛୁଆକୁ ଜନ୍ମ ଦେଇଥିଲେ।  ହେଲେ ଯନ୍ତ୍ରଣା କମିନଥିଲା। ମେଡିକାଲରେ ପହଞ୍ଚିବା ପରେ ସେ ପୁଣି ଆଉ ଏକ ସନ୍ତାନ ଜନ୍ମ ଦେଇଥିଲେ। ପ୍ରି ମାଚ୍ୟୁଅର ଡେଲିଭରି ଯୋଗୁଁ ଶିଶୁମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

Comment