ଓଡ଼ିଶାଲାଇଭ୍ ବ୍ୟୁରୋ

(ସୋନପୁର): ସୋନପୁର ବ୍ଲକ ଗଡ଼ିଆଠାରେ ଜୟ ଗଜନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଉଦଘାଟନ କରିଛନ୍ତି। ଛତୁ ଚାଷ ଗ୍ରାମଞ୍ଚଳରେ ରୋଜଗାରର ଭଲ ମାଧ୍ୟମ ପାଲଟିବ ବୋଲି ଏହି ଅବସରରେ ଜିଲ୍ଲପାଳ କହିଥିଲେ। ଆକ୍ସନ ଏଡ ଆସୋସିଏନ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ସହଭାଗିତାରେ ୧୦ ଜଣ ଏକାକୀ ମହିଳାଙ୍କୁ ନେଇ ପରିଚାଳିତ ହେଉଛି ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ର।

ଉଦଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ମଲ୍ଲିକମୁଣ୍ଡା ସରପଞ୍ଚ ଜ୍ୟୋତ୍ସ୍ନାମୟୀ ମେହେର, ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଆକ୍ସନ ଏଡର ପ୍ରୋଗ୍ରାମ ମ୍ୟାନେଜର ଘାସିରାମ ପଣ୍ଡା, ରେଆରର ଆଜୀବନ ସଦସ୍ୟ କରମଚାନ୍ଦ ମହାନ୍ତି, ଜୟ ଜଗନ୍ନାଥ ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରର ସଭାନେତ୍ରୀ ସରୋଜିନୀ ଭୋଇ ଓ ରେଆରର ସାଧାରଣ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଅସହାୟ ଏବଂ ଏକାକୀ ମହିଳାଙ୍କୁ ରୋଜଗାରକ୍ଷମ କରାଇବା ତଥା ସରକାରଙ୍କ ପ୍ରମୁଖ ସାମାଜିକ ସୁରକ୍ଷାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ବଜାର ବ୍ୟବସ୍ଥା ଉପଲବ୍ଧ କରି କୃଷି ଉତ୍ପାଦକ ଗୋଷ୍ଠୀ ତିଆରି କରିବା ଏହା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ଘାସିରାମ ପଣ୍ଡା। ଏହା ସହ ସାମାଜିକ ସୁରକ୍ଷା ଯୋଜନା ଏବଂ ଜୀବନ ଜୀବିକା ପାଇଁ ରହିଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନ, ମିଶନ ଶକ୍ତି ଏବଂ ମିଶନ କ୍ଷମତା ସମ୍ପର୍କରେ ସେ ବିସ୍ତୃତ ଭାବେ ବୁଝାଇଥିଲେ।

ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ତାଲିମ ଏବଂ ବଜାର ବ୍ୟବସ୍ଥା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ ପୂର୍ବରୁ ତାଲିମ ନେଇଥିବା ଏକାକୀ ମହିଳାମାନେ ନିଜ ସଫଳତାର କାହାଣୀ କହିଥିଲେ। କାର୍ଯ୍ୟକ୍ରମରେ ଆକ୍ସନ ଏଡର ବାଲ୍ୟ ବିବାହ ପରାମର୍ଶଦାତା ରାକେଶ ପ୍ରଧାନ, କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ ସା, ଝରଣା ପଟ୍ଟନାୟକ, ଦେବେନ୍ଦ୍ର ପୋଢ଼, ମିତ୍ରଭାନୁ ମଲ୍ଲିକ, ଅଶୋକ ଝାଙ୍କର ଓ ମିତ୍ରଭାନୁ ମଲ୍ଲିକ ସହଯୋଗ କରିଥିବାବେଳେ ଅନଙ୍ଗ ନେଗୀ କାର୍ଯକ୍ରମ ସଂଯୋଜନା କରିଥିଲେ।

Tags: #Sonepur #Gadia #MushroomCultivationAndTrainingCentre #SonepurCollector

Comment