ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଜି ବଲାଙ୍ଗୀର ଜିଲ୍ଲାରୁ ସୋନପୁର ଜିଲ୍ଲାକୁ ପରୀକ୍ଷାମୂଳକ ଭାବେ ରେଳ ଗଡ଼ିଛି। ବଲାଙ୍ଗୀରର ବିଚ୍ଛୁପାଲି ରେଳ ଷ୍ଟେସନରୁ ସୋନପୁର ଜିଲ୍ଲା ଝାରତରଭା ରେଳ ଷ୍ଟେସନ ଯୋଡ଼ି ହୋଇଛି। ଆଜି ରେଳପଥର ଟ୍ରାଏଲରନ୍ ଚାଲିଥିବା ବେଳେ ଆସନ୍ତା ମାର୍ଚ୍ଚ ମାସରେ ସୋନପୁର ଷ୍ଟେସନ ପର୍ଯ୍ୟନ୍ତ କାମ ସାରିବାକୁ ଲକ୍ଷ୍ୟ ରଖିଛି ରେଳ ବିଭାଗ।

ରେଳ ବିଭାଗର ଦକ୍ଷିଣ ପୂର୍ବ ସର୍କଲ ମୁଖ୍ୟ ନିରାପତ୍ତା ଆୟୁକ୍ତ (ସିଆରଏସ) ଏଏମ୍ ଚୌଧୁରୀ ବଲାଙ୍ଗୀର ଗସ୍ତରେ ଆସି ନୂଆ ରେଳଲାଇନର ଟ୍ରାଏଲରନ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ସୋନପୁର ଜିଲ୍ଲାରେ ଖୋର୍ଦ୍ଧା – ବଲାଙ୍ଗୀର ରେଳଲାଇନରେ କାମ ତ୍ୱରାନିତ କରିବା ପାଇଁ ସୋନପୁରବାସୀ ଦୀର୍ଘ ଦିନ ହେଲା ଦାବି କରିଆସୁଥିଲେ। ତେବେ ଏହି ଟ୍ରାଏଲରନ ଦ୍ୱାରା ଦୀର୍ଘ ଦିନ ଧରି ଅଧାରେ ରହିଥିବା ସୋନପୁରବାସୀଙ୍କ ସ୍ଵପ୍ନ କିଛି ମାତ୍ରାରେ ପୂରଣ ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Tags: #BalangirKhordhaTrainLine #Odisha #Sonepur #Boudh #OdishaNews

LEAVE A REPLY

Please enter your comment!
Please enter your name here