ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ରାଜ୍ୟ, ଦେଶ ଓ ବିଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।

ଓଡ଼ିଶାରେ କରୋନା

  • ସାରା ଦେଶରେ ଓଡ଼ିଶାର ପଜିଟିଭ ହାର ୧.୦୮।
  • ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫,୫୩୭ ରିପୋର୍ଟ ପରୀକ୍ଷା ହୋଇଛି।
  • ୬୦ ପିଜିଟିଭ ଚିହ୍ନଟ, ଜଣେ ମୃତ୍ୟୁ ଓ ୧୮ ଜଣ ସୁସ୍ଥ।
  • ସୁବର୍ଣ୍ଣପୁର ଜିଲ୍ଲାରେ ୨୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ।
  • ରାଜ୍ୟର ୧୯ ଜିଲ୍ଲାରେ ୨୧ କୋଭିଡ ହସ୍ପିଟାଲ।
  • ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ ଓ ଭୁବନେଶ୍ଵରର ଜୀବ ବିଜ୍ଞାନ ପ୍ରତିଷ୍ଠାନରେ କୋଭିଡ ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି।
  • ଭୁବନେଶ୍ଵରରେ ସଂକ୍ରମଣ ରୋକିବାକୁ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଜୋନ୍‌ ଦାୟିତ୍ଵ।

corona

ବିଶ୍ଵ ଓ ଦେଶରେ କରୋନା

  • ବିଶ୍ଵରେ ୨୧୦ ଦେଶ ଓ ୨ଟି ଜାହାଜ କରୋନା ଆକ୍ରାନ୍ତ ହୋଇଛି।
  • ସାରା ବିଶ୍ଵରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଲକ୍ଷ ୮ ହଜାର ୧୭୪ ଜଣ ଆକ୍ରାନ୍ତ ହୋଇଛନ୍ତି।
  • କରୋନା ଯୋଗୁଁ ବିଶ୍ଵରେ ୧ ଲକ୍ଷ ୨୭ ହଜାର ୧୪୭ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା।
  • ଭାରତରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୯୩୩ ଜଣ ଆକ୍ରାନ୍ତ ହୋଇଛନ୍ତି।
  • ଭାରତରେ ମୃତ୍ୟୁ ସଂଖ୍ୟା ୩୯୨ରେ ପହଞ୍ଚିଛି।
  • ଭାରତ କରୋନା ଆକ୍ରାନ୍ତରେ ବିଶ୍ଵରେ ୧୯ତମ ଦେଶ।

କରୋନାକୁ ନେଇ ଭ୍ରାନ୍ତ ଧାରଣ ଦୂର କଲେ ସରକାର

  • ନାକରେ ଲୁଣ ପାଣି ଦେଲେ କରୋନା ହେବନି ଏକ ଭ୍ରାନ୍ତ ଧାରଣା।
  • ଗରମ ଜଳବାୟୁରେ ରହିଲେ କରୋନା ହୁଏନି ବୋଲି ବହୁତ ଲୋକ ଭାବନ୍ତି, ହେଲେ ଏହା ଭୁଲ।
  • କରୋନା ଥରେ ହେଲେ ସାରା ଜୀବନ ହେବ, ଏହା ଏକ ଭୁଲ ଧାରଣା କରୋନା ଥରେ ହେଲେ ଦ୍ଵିତୀୟ ଥର ହୁଏନି।
  • ପ୍ରଶ୍ଵାସକୁ ୧୦ ସେକେଣ୍ଡ ଧରି ରଖିଲେ କରୋନା ହୋଇନି ବୋଲି ଭାବିବା ଭୁଲ୍‌।
  • ମଦ ପିଇଲେ କରୋନା ହେବନାହିଁ ବୋଲି ଭାବିବା ଏକ ଭ୍ରାନ୍ତ ଧାରଣା।
  • ଗରମ ପାଣିରେ ଗାଧୋଇଲେ କରୋନା ହେବନାହିଁ ଏକ ଭୁଲ୍‌ ଧାରଣା।
  • ମଶା କାମୁଡିଲେ କରୋନା ହେବ ବୋଲି ଭାବିବା ଭୁଲ୍‌।
  • ରସୁଣ ଖାଇଲେ ଭଲ, ହେଲେ ଏହାକୁ ଖାଇଲେ କରୋନା ହେବ ନାହିଁ ବୋଲି ଭାବିବା ଭୁଲ୍‌।
  • ଛୋଟ ଛୁଆ ଓ ଯୁବକଙ୍କୁ କରୋନା ହୁଏନି ଏକ ଭ୍ରାନ୍ତ ଧାରଣା, କରୋନା ସବୁ ବର୍ଗର ଲୋକଙ୍କୁ ସଂକ୍ରମିତ ହୋଇଥାଏ।
  • ଆଣ୍ଟିବାୟୋଟିକ ଖାଇଲେ କରୋନା ହେବ ନାହିଁ ଭୋଲି ଭାବିବା ଭୁଲ୍‌।
  • ପୋଷା କୁକୁର ଓ ବିଲେଇଙ୍କଠାରୁ କରୋନା ହୁଏ ଏହା ଏକ ଭୁଲ ଧାରଣା।

Comment