ଓଡ଼ିଶାଲାଇଭ୍ ବ୍ୟୁରୋ

(ସୋନପୁର): ବୋରଓ୍ଵେଲରୁ ଉଦ୍ଧାର ହୋଇଥିବା ବୃଦ୍ଧା ଦୁଃଖୀ ନେଗୀଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ତାଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ସୋମବାର ଦିନ ଦୁଃଖୀ ନେଗୀ ସୋନପୁର ଜିଲ୍ଲା କଇଁଫୁଲ ଗାଁକୁ ଝିଅ ଘରକୁ ବୁଲି ଆସିଥିଲେ। ବାଡ଼ି ପଛକୁ ଯାଇଥିବାବେଳେ ସେଠାରେ ଥିବା ଏକ ପରିତ୍ୟକ୍ତ ବୋରଓ୍ଵେଲ ଭିତରକୁ ସେ ଖସି ପଡ଼ିଥିଲେ। ବୃଦ୍ଧା ଜଣଙ୍କ ଘରକୁ ନଫେରିବାରୁ ଝିଅ ତାଙ୍କୁ ଖୋଜିଥିଲେ। ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଦୁଃଖୀ ନେଗୀ ବୋରୱେଲରେ ଫସିଥିବା ଜାଣିବାକୁ ମିଳିଥିଲା। ଏହାପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା।  

ବୃଦ୍ଧ ଜଣଙ୍କ ବୋରୱେଲରେ ଫସିଥିବା ଖବର ପାଇ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଉଦ୍ୟମ ପରେ ଦୁଃଖୀ ନେଗୀଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।   

Tags: #BorewellMishap #ElderWoman #RescueOperation #Sonepur #Odisha

LEAVE A REPLY

Please enter your comment!
Please enter your name here