ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ। ଏହି ଅବସରରେ ସବୁଠି ଚାଲିଛି ରାବଣ ପୋଡ଼ି। ଦ୍ୱାରକା ସେକ୍ଟର ୧୦ସ୍ଥିତ ଦଶହରା ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ରାବଣ ଦହନ କରିଥିଲେ।

‘‘ଭାରତ ହେଉଛି ଉତ୍ସବର ମାଟି। ଏଠି ପ୍ରତିଦିନ କିଛି ନା କିଛି ଉତ୍ସବ ପାଳନ କରାଯାଇଥାଏ। ବର୍ଷ ସାରା ଭାରତର କେଉଁଠି ନା କେଉଁଠି କିଛି ଉତ୍ସବ ପାଳନ କରାଯାଉଛି। ଉତ୍ସବ ହେଉଛି ସାମାଜିକ ଜୀବନର ପ୍ରାଣତତ୍ତ୍ୱ। ଉତ୍ସବ ଆମକୁ ସଂସ୍କାର, ଶିକ୍ଷା ଏବଂ ସାମୁହିକ ଜୀବନକୁ ସୁନ୍ଦର କରିବା ପାଇଁ ପ୍ରଶିକ୍ଷଣ ଦେଇଥାଏ’’, କହିଥିଲେ ମୋଦୀ।

ସେ ଆହୁରି କହିଥିଲେ ଯେ ଉପବାସ ଏବଂ ଆରାଧନାର ପର୍ବ ହେଉଛି ନବରାତ୍ରି। ନବରାତ୍ରି ଉପବାସ କରିବା ଫଳରେ ମଣିଷକୁ ଶକ୍ତି ମିଳିଥାଏ। ମା’ ଭଉଣୀମାନଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସବୁ ନାଗରିକଙ୍କ କର୍ତ୍ତବ୍ୟ।

ମୋଦୀ ପ୍ରଥମ ଥର ପାଇଁ ଦ୍ୱାରକା ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇଥିଲେ। ୧୦୭ ଫୁଟ ଉଚ୍ଚର ରାବଣ ପ୍ରତିମୂର୍ତ୍ତିକୁ ଧନୁତୀର ମାରି ଅଗ୍ନି ସଂଯୋଗ କରିଥିଲେ ମୋଦୀ।

Comment