ଓଡ଼ିଶାଲାଇଭ ବ୍ୟୁରୋ

ବଡ଼ ଧରଣରର ଡକାୟତି ଯୋଜନାକୁ ପଣ୍ଡ କରିଛି ଜୟପୁର ସଦର ପୋଲିସ। ଏଥିରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର୍‌ ହୋଇଯାଇଛନ୍ତି। ଏହାସହ ଗିରଫ ହୋଇଥିବା ଦୁର୍ବୃତ୍ତଙ୍କଠୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।

ଜୟପୁର ସଦର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଜାତୀୟ ରାଜପଥ ୨୬ ନିକଟ କୋରାପୁଟ ଘାଟିଠାରେ କିଛି ଯୁବକ ଡକାୟତି ଯୋଜନା କରୁଥିବା ପୋଲିସ ଖବର ପାଇଥିଲା। ଖବର ପାଇ ପୋଲିସ ଚଢ଼ାଉ କରିବା ସମୟରେ ୨ ଜଣ ଫେରାର ହୋଇଯାଇଥିଲା ବେଳେ ୩ ଜଣଙ୍କୁ ପୋଲିସ ଗିରଫ କରିଛି।

ଗିରଫ ହୋଇଥିବା ଯୁବକମାନେ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ନୁତନ ନାୟକ, କୋରାପୁଟର ଗୁରୁ ପରିଜା, ମେଦିନାପୁରର କ୍ରିଷ୍ଣା ପାଦୁ ବାରିକ। ଗିରଫ ୩ ଜଣଙ୍କଠାରୁ ଗୋଟିଏ ହୋଣ୍ଡା ସାଇନ ବାଇକ, ଛୁରି, ଖଣ୍ଡା ଜବତ କରାଯାଇଛି।

ଏମାନେ ରାତିରେ ଜାତୀୟ ରଜପଥରେ ଯାଉଥିବା ଟ୍ରକକୁ ଲୁଟ କରିବା ଯୋଜନା କରୁଥିଲେ। ଏହାସହ ଏମାନଙ୍କର ଅନ୍ତଃରାଜ୍ୟ ଡକାୟିତ ସହ ହାତ ରହିଛି ବୋଲି ପୋଲିସ କହିଛି।

Comment