ଓଡ଼ିଶାଲାଇଭ ବ୍ୟୁରୋ

ଝାରପଡ଼ା ଜେଲରେ ଅସୁସ୍ଥ ହୋଇଛନ୍ତି ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ତାଙ୍କୁ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୧୮ ତାରିଖରେ ଚିଟ୍ଫଣ୍ଡ ମାମଲା ସିବିଆଇ ତାଙ୍କୁ ଗିରଫ କରିଥିଲା।
ତାଙ୍କୁ ଚିଟ୍ଫଣ୍ଡ ମାମଲାରେ ସିବିଆଇ ୧୯ ତାରିଖରେ ତାଙ୍କ ଘରୁ ଗିରଫ କରିଥିଲା। ଏନେଇ ସେ କୋର୍ଟରେ ଜାମିନ ଆବେଦନ କରିଥିଲେ। ପରେ କୋର୍ଟ ଜାମିନ ଆବେଦନ କାରଜ କରିବା ସହ ଜାରପଡ଼ା ଜେଲ ପଠାଇଥିଲେ।
ଚିଟ୍ଫଣ୍ଡ ମାମଲା ଆଶୀର୍ବାଦଙ୍କୁ ସିବିଆଇ ପୂର୍ବରୁ ଏକାଧିକ ବାର ଜେରା କରିଥିଲା। ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ମଧ୍ୟ ଗିରଫ ହୋଇଥିଲେ।

















