ଓଡ଼ିଶାଲାଇଭ ବ୍ୟୁରୋ

ଜଣେ ବଣ୍ଡା ଯୁବକଙ୍କୁ ଅପହରଣ କରି ନିସ୍ତୁକ ପିଟିଛନ୍ତି ମାଓବାଦୀ। ଯୁବକ ଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା ଫୁସୁଲଗୁଡ଼ାର ଭାସ୍କର କିର୍ସାନ। ତାଙ୍କୁ ୨ ଦିନ ତଳେ ମାଓବାଦୀମାନେ ଅପହରଣ କରି ନେଇଥିଲେ।

ଦୁଇ ଦିନ ତଳେ ଭାସ୍କରଙ୍କୁ ମାଓବାଦୀମାନେ ଗାଁ ପାଖରୁ ଅପହରଣ କରି ନେଇଥିଲେ। ବିଭିନ୍ନ ଅଭିଯୋଗ ନେଇ ତାଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ। ତେବେ ସୋମବାର ଭାସ୍କର କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ।

ଜଙ୍ଗଲ ଭିତରେ ୧୫ କିଲୋ ମିଟର ଦୌଡ଼ି ଗୁରୁତର ଅବସ୍ଥାରେ ଗାଁରେ ପହଞ୍ଚିଥିଲେ ଭାସ୍କର। ପରେ ତାଙ୍କୁ ଗ୍ରାମବାସୀ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Comment