ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ବିଧାୟକ ରୋହିତ ପୂଜାରୀଙ୍କୁ ବିଧାନସଭାରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବରେ ନିଯୁକ୍ତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରୋହିତଙ୍କ ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ବିଧାନସଭାରେ ସରକାରୀ ଦଳର ଉପମୁଖ୍ୟ ସଚେତକ ରହିଥିଲେ।

ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି। ଏହାପୂର୍ବରୁ ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାନସଭାରେ ଦଳର ଉପମୁଖ୍ୟ ସଚେତକ ରହିସାରିଛନ୍ତି।

ବର୍ତ୍ତମାନ ବିଧାନସଭାରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ଦଳର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ ହୋଇଛନ୍ତି। ସେହିପରି ବିରୋଧୀ ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିଛି।

Comment