ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଓଡ଼ିଆ ଭାଷା ଓ ଓଡ଼ିଆ ସଂସ୍କୃତିର ଝଲକ। ହଷ୍ଟନ ସହରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଛି। ଏହାସହିତ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଆ ଭାଷାରେ କହିଛନ୍ତି ମୋଦୀ। ‘ହାଉଡି ମୋଦୀ’ ଉତ୍ତରରେ ମୋଦୀ କହିଥିଲେ, ‘‘ଭାରତରେ ସବୁ ଭଲ ଅଛି।

ଏହା ବ୍ୟତୀତ ପାକିସ୍ତାନର ନାଁ ନେଇ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆତଙ୍କବାଦକୁ ପ୍ରୋତ୍ସହାନ ଦେବା ବିରୋଧରେ ନିର୍ଣ୍ଣାୟକ ଲଢ଼େଇର ସମୟ ଆସିଛି। ଆମେରିକାର ହଷ୍ଟନ ସହରରେ ଆୟୋଜିତ ଏହି ମେଗା ଇଭେଣ୍ଟରେ ଯୋଗ ଦେଇ ମୋଦି କହିଛନ୍ତି, ‘‘କିଛି ଲୋକ ଅଛନ୍ତି ଯେଉଁମାନେ ଅଶାନ୍ତି ଚାହାଁନ୍ତି। ଆତଙ୍କବାଦର ପାଳନପୋଷଣ କରନ୍ତି। ସେମାନଙ୍କ ପରିଚୟ ସାରାବିଶ୍ୱ ଭଲ ଭାବେ ଜାଣଛି।’’

ଏହି ସମୟରେ ବିଭିନ୍ନ ଆତଙ୍କବାଦୀ ଘଟଣାକୁ ମନେ ପକାଇଛନ୍ତି ମୋଦୀ। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ଯୋଗ ଦେଇଥିଲେ। କାଯ୍ୟକ୍ରମରେ ମୋଦୀ ଟ୍ରମ୍ପଙ୍କ ପ୍ରଂଶସା କରିଥିଲେ।

Comment