ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜଧାନୀ ଏକ୍ସପ୍ରେସରେ ସ୍ଥାନ ପାଇବ ଓଡ଼ିଶାର କଳା ଓ ସଂସ୍କୃତି। ଭୁବନେଶ୍ୱର-ଦିଲ୍ଲୀ-ଭୁବନେଶ୍ୱର ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ ବଗିରେ ଚିତ୍ରିତ ହେବ ଓଡ଼ିଶାର କଳା ଓ ସଂସ୍କୃତି ଚିତ୍ର।

ସୋମବାର ନାଲକୋ ଓ ପୂର୍ବତଟ ରେଳପଥ ଦ୍ୱାରା ଏନେଇ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ଏହି ରାଜିନାମା ନାଲକୋର ସିଏମ୍‌ଡି ତପନ କୁମାର ଚାନ୍ଦ ଓ ପୂର୍ବତଟ ରେଲଓ୍ଵର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ଵାକ୍ଷାର ହୋଇଥିଲା। ରାଜଧାନୀ ଏକ୍ସପ୍ରେସ ବଗିରେ ଓଡ଼ିଶାର ବିଭିନ୍ନ ନୃତ୍ୟ ରୂପ ସହ ବିଭିନ୍ନ ପୌରାଣିକ କଥାବସ୍ତୁ ଆଦି ଚିତ୍ରିତ ହେବ। ଏହାସହ ବିଭିନ୍ନ ଗଛଲତା ତଥା ପଶୁପକ୍ଷୀ ଚିତ୍ର ରାଜଧାନୀ ଏକ୍ସପ୍ରେସର ବଗିରେ ଚିତ୍ରଣ କରିବ ନାଲକୋ।

ଏହାଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷମତା ବୃଦ୍ଧି ପାଇବ ସହ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟପାଇଁ ନାଲକୋ ମୋଟ ୩କୋଟି ଟଙ୍କା ଖର୍ଚ୍ଚ କରିବ। ଟ୍ରେନରେ ଓଡ଼ିଶାର କଳା ସଂସ୍କୃତି ଆଦି ସ୍ଥାନିତ ହେବାସହ ନାଲକୋର ମଧ୍ୟ ଲୋଗୋ ରହିବ ବୋଲି ସୂଚନା ଦିଆଯାଇଛି। ଏହି ଯୋଜନାକୁ ଆଗାମୀ ଗୋଟିଏ ମାସ ମଧ୍ୟରେ ଆରମ୍ଭ କରାଯିବ।

Comment