ଓଡ଼ିଶାଲାଇଭ ବ୍ୟୁରୋ

ସମ୍ଵଲପୁର ଭଣ୍ଡାରିମାଳ ଡବଲ ମର୍ଡର ଘଟଣାରେ ୪ଜଣଙ୍କୁ ଗିରଫ କରିଛି ଯୁଯୁମରା ପୋଲିସ। ମଙ୍ଗଳବାର ଦୁଇ ଭାଇଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି।

ସୋମବାର ରାତିରେ ଚାରି ଭାଇଙ୍କର ଅନ୍ୟ ଗୋଟେ ପରିବାର ସହ ପାଟିତୁଣ୍ଡ ହେଉଥିଲା। ଏହା ପରେ ସେହି ପରିବାର ଲୋକ ଏମାନଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ। ଗୋଡ଼ାଇ ଗୋଡ଼ାଇ ସେମାନେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ।

ଏହାସହ ଅଭିଯୁକ୍ତମାନେ ବିଚ୍‌ ରାସ୍ତାରେ ଚାରି ଜଣଙ୍କୁ ଗୋଡ଼କୁ ଏକ କାଠ ଉପରେ ରଖି ହାଣିଦେଇଥିଲେ। ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଭାଇ ଗୁରୁତର ଭାବେ ଆହତ ହୋଇଥିଲେ।

Comment