ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ପରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିଛନ୍ତି। ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ଅବସରରେ ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିଛନ୍ତି।

‘‘ନରେନ୍ଦ୍ର ମୋଦୀ ହେଉଛନ୍ତି ମୋର ଜଣେ ଭଲ ବନ୍ଧୁ। କେବଳ ମୋର ନୁହେଁ, ଭାରତବାସୀଙ୍କର ସେ ହେଉଛନ୍ତି ଭଲ ବନ୍ଧୁ। ମୋଦି ଖୋଲା ମନରେ ଆତଙ୍କବାଦ ଉପରେ ଆଲୋଚନା କରୁଛନ୍ତି। ଭାରତ ଏବଂ ଆମେରିକା ମିଶି କଶ୍ମୀର ମାମଲାର ସମାଧାନ କରିବେ। ଦୁଇ ଦେଶ ମିଳିମିଶି ଇସଲାମିକ ଆତଙ୍କବାଦର ମୂଳୋତ୍ପାଟନ କରିବେ। ରକ୍‌ଷ୍ଟାର ଏଲ୍‌ବିସ୍‌ ପ୍ରେସ୍‌ଲିଙ୍କ ଭଳି ମୋଦୀ ଲୋକପ୍ରିୟ’’, କହିଛନ୍ତି ଟ୍ରମ୍ପ୍‌।

ମୋଦି ମଧ୍ୟ ଟ୍ରମ୍ପଙ୍କ ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ଟ୍ରମ୍ପ୍‌ ଭାରତର ଭଲ ବନ୍ଧୁ ବୋଲି ମୋଦୀ କହିଛନ୍ତି।

‘‘ଭାରତ-ଆମେରିକାର ସମ୍ପର୍କ ଅତି ନିବିଡ଼। ଉଭୟ ଦେଶ ମଧ୍ୟରେ ନୂଆ ବ୍ୟବସାୟିକ ଚୁକ୍ତି ହେବାକୁ ଯାଉଛି। ଆମେରିକା ସହିତ ୬୦ ବିଲିଅନ ଡଲାର ଚୁକ୍ତି ହେବ। ୫୦ ହଜାର ନୂଆ ରୋଜଗାର ସୃଷ୍ଟି ହେବ’’, କହିଛନ୍ତି ମୋଦୀ।

ଗତ ୨୧ ତାରିଖରେ ମୋଦି ଆମେରିକାରେ ପହଞ୍ଚିଥିଲେ। ୨୨ରେ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଟ୍ରମ୍ପ ଏବଂ ମୋଦୀ ଏକାଠି ହୋଇଥିଲେ। ଆମେରିକାରେ ବସବାସ କରୁଥିବା ପ୍ରାୟ ୫୦ ହଜାର ଲୋକଙ୍କୁ ମୋଦୀ ସମ୍ବୋଧିତ କରିଥିଲେ।

Comment