ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣଙ୍କ ଏଫ୍ଆଇଆର୍‌କୁ ଥାନା ବାବୁ କେତେ ଗୁରୁତ୍ୱ ଦେଲେ?

ଆପଣଙ୍କ ସହିତ ଥାନା ଅଧିକାରୀ କେଉଁ ଭାଷାରେ କଥା ହେଲେ?

ଖରାପ ଭାଷା କହିଲେ କି?

ପୋଲିସର ବ୍ୟବହାରରେ ଆପଣ ସନ୍ତୁଷ୍ଟ କି?

ପୋଲିସକୁ ଆପଣ କେତେ ମାର୍କ ଦେବେ?

ଏହା ହେଉଛି ପୋଲିସ ଡିଜି ବି କେ ଶର୍ମା ଏବଂ ଜଣେ ପବ୍ଲିକ ଭିତରେ ଫୋନ୍‌ରେ ହୋଇଥିବା କଥାବାର୍ତ୍ତା। ପୋଲିସ ଡିଜି ଭୁବନେଶ୍ୱର କ୍ରାଇମ ରେକର୍ଡ ବ୍ୟୁରୋ ଅଫିସ୍‌ରୁ ମଙ୍ଗଳବାର ଅପରାହ୍ଣରେ ଥାନାକୁ ଅଭିଯୋଗ ନେଇ ଯାଇଥିବା ତିନି ଜଣ ପବ୍ଲିକଙ୍କୁ ଫୋନ୍‌ କରିଥିଲେ। ତିନି ଜଣଙ୍କୁ ଅଲଗା ଅଲଗା ପ୍ରଶ୍ନ କରିଥିଲେ ପୋଲିସ ଡିଜି।

ଶେଷରେ ପୋଲିସର ବ୍ୟବହାରରେ ଆପଣ କେତେ ମାର୍କ ଦେବେ ବୋଲି ଡିଜି ପ୍ରଶ୍ନ କରିବାରୁ ପବ୍ଲିକ ‘ଶୂନ’ କହିଥିଲେ। ହେଲେ ଡିଜି ‘ଶୂନ’ ମାର୍କିଂ ନାହିଁ କହିବା ପରେ ପବ୍ଲିକ ୧ ନମ୍ବର ଦେଇଥିଲେ।

ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ‘ମୋ ସରକାର’ ଯୋଜନା ଶୁଭାରମ୍ଭ କରିବାକୁ ଯାଉଛନ୍ତି। ସାଧାରଣ ଲୋକଙ୍କୁ ଡାକ୍ତରଖାନା ଏବଂ ଥାନାରେ କେମିତି ସେବା ମିଳୁଛି ତାହା ଏହି ମୋ’ ସରକାର ଅଭିଯୋନ ଲକ୍ଷ୍ୟ। ଯୋଜନା ଆରମ୍ଭ ହେବା ପୂର୍ବରୁ ବଡ଼ ଝଟ୍‌କା ଲାଗିଛି। ପୋଲିସର ବ୍ୟବହାରରେ ଲୋକେ କେତେ ଅତିଷ୍ଠ ତାହା ଏହି ‘ଶୂନ’ ମାର୍କିଂରୁ ସ୍ପଷ୍ଟ ଜଣାପଡୁଛି।

ପୋଲିସ ଡିଜି ଆଜି ଭୁବନେଶ୍ୱର, ନୟାଗଡ଼ ଏବଂ ନବରଙ୍ଗପୁରର ତିନି ଜଣ ପବ୍ଲିକଙ୍କ ସହ ଫୋନରେ କଥା ହୋଇଥିଲେ। ସେମାନଙ୍କଠାରୁ ଫିଡ୍‌ବ୍ୟାକ ନେଇଥିଲେ। ତେବେ ପ୍ରଥମ ଦିନରୁ ପୋଲିସ ଡିଜି ଯେଉଁ ନେଗେଟିଭ୍ ମାର୍କିଂ ପାଇଲେ ତାକୁ ନେଇ କି ପଦକ୍ଷେପ ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

1 COMMENT

  1. ମୋ ସରକାର ଯୋଜନା କୁ କେବଳ ଡାକ୍ତର ଖାନା ଓ ଥାନା ରେ ସିମୀତ ନରଖି, ତାକୁ ତହସିଲ, ଆର୍ ଆଇ, ବ୍ଲକ ଓ ଇଲେକ୍ଟ୍ରି ଅଫିସ ପର୍ଯ୍ୟନ୍ତ ପରିବ୍ୟାପ୍ତ କରାଗଲେ ସାଧାରଣ ଲୋକ ଉପକୃତ ହେବେ ।

Comment