ଓଡ଼ିଶାଲାଇଭ୍ ବ୍ୟୁରେ

ପାକିସ୍ତାନର ଶରଣରେ ଥିବା ଆତଙ୍କବାଦୀ ସଂସ୍ଥା ଜୈଶ-ଇ-ମହମ୍ମଦ ଟାର୍ଗେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ।

ଏମାନେ ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି। ଏନେଇ ସମସ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ା କରାଯାଇଛି।

ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀମାନ ପ୍ରସ୍ତୁତ ହେଉଥିବା ଗୁଇନ୍ଦା ବିଭାଗ ପ୍ରକାଶ କରିଛି।

Comment