ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି। ଏଣିକି ସରକାରୀ କର୍ମଚାରୀଙ୍କୁ ମାସର ଶେଷ ଦିନରେ ଅଥବା ମାସର ଶେଷ କାର୍ଯ୍ୟଦିବସରେ ଦରମା ଓ ପେନ୍‌ସନ୍‌ ମିଳିବ। ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀମାନଙ୍କୁ ଦରମା ଏବଂ ପେନ୍‌ସନ୍‌ ପାଇବା ପାଇଁ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେଉଁ ମାସର ଦରମା ସେହି ମାସରେ ପାଇପାରିବେ।

ଯଦି ମାସର ଶେଷ ତାରିଖ ଛୁଟିଦିନ ଥାଏ, ତେବେ ତା’ ପୂର୍ବ ଦିନ ବା କିଛି ଦିନ ପୂର୍ବରୁ ଦରମା ଦିଆଯିବ।

ଏହି ନୂଆ ବ୍ୟବସ୍ଥା ୨୦୧୯ ସେପ୍ଟେମ୍ବରରୁ ଲାଗୁ ହେବ। ଏଥିପାଇଁ ବ୍ୟବସ୍ଥାର ଆବଶ୍ୟକୀୟ ପରିବର୍ତ୍ତନ ଲାଗି ଅର୍ଥ ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି।

Comment